ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ର ୬୫ତମ ସଂସ୍କରଣ

ବାସ୍ତବ ବ୍ୟୁରୋ-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଏହା ହେଉଛି ୬୫ ତମ ସଂସ୍କରଣ । କରୋନା ସମୟରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ, ଲୋକ ଧୈର୍ଯ୍ୟ ଓ ସାହାସିକତାର ସହ ସ୍ଥିତିର ମୁକାବିଲା କରିଛନ୍ତି । ଆଉ ଏହାରି ଭିତରେ କରୋନା ଲଢ଼େଇର ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେଲେ ସାମୂହିକ ଭାବେ ଲଢ଼େଇ ଜାରି କରିବାକୁ ହେବ । ସେବା ମନୋଭାବ ରଖି ଦେଶବାସୀ ଏହି ଲଢ଼େଇରେ ସାମିଲ ହୋଇଛନ୍ତି, ଯାହା ଫଳରେ ଅନ୍ୟଦେଶ ତୁଳାନରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି । ଲୋକମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ ।

ମହାମାରୀ କୋଭିଡ୍-୧୯ ପ୍ରଭାବିତ ଲୋକମାନଙ୍କୁ ନିଜର ସଞ୍ଚିତ ଅର୍ଥ ଦେଇ ସାହାଯ୍ୟ କରୁଥିବା ଲୋକମାନଙ୍କୁ ମଧ୍ୟ ପ୍ରଧାମନ୍ତ୍ରୀ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ଖାଦ୍ୟ ‌ଯୋଗାଇ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଅଗରତାଲାର ଗୌତମ ଦାସଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ନିଜ ଝିଅର ଶିକ୍ଷା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ମହାମାରୀ ସମୟରେ ଜନସେବା ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ସାରା ଦେଶରେ ସବୁଠୁ ଚର୍ଚ୍ଚିତ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗରେ ମଧ୍ୟ ସୂଚନା ଦେଇଛନ୍ତି ମୋଦି । ଗରିବ ଓ ଶ୍ରମଜୀବୀମାନେ କୋଭିଡ୍ ସଙ୍କଟରେ ଖୁବ୍ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି କି, ଆମ ଶ୍ରମଜୀବୀ ଭୋଗୁଥିବା ଦୁର୍ଦ୍ଦଶା ହେଉଛି ପୂର୍ବାଞ୍ଚଳର ପ୍ରତିନିଧି । ପୂର୍ବାଞ୍ଚଳ ଦେଶ ଅଭିବୃଦ୍ଧିର ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରୁଛି । ବିକାଶର ଚରମ ସୀମାରେ ପହଞ୍ଚାଇବା ପାଇଁ ପୂର୍ବାଞ୍ଚଳର ଶ୍ରମଜୀବୀଙ୍କର ସାମର୍ଥ୍ୟ ଓ ଶକ୍ତି ଅଛି । କେବଳ ପୂର୍ବାଞ୍ଚଳର ବିକାଶ ଦ୍ବାରା ହିଁ ଦେଶର ସନ୍ତୁଳିତ ଅର୍ଥନୈତିକ ବିକାଶର ନେତୃତ୍ବ ନେଇ ପାରିବ । ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ବସ୍ ଏବଂ ଟ୍ରେନ୍ ବ୍ୟବସ୍ଥା ହୋଇଛି । ଶ୍ରମିକଙ୍କ ସ୍ଥାନାନ୍ତର, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସରକାର ଗୁରୁତର ସହ ନେଇଛନ୍ତି ବୋଲି ମୋଦି କହିଛନ୍ତି ।

ସେହିପରି ସାରା ଭାରତ ବର୍ଷରେ ଏବେ ଆତ୍ମନିର୍ଭର ଭାରତକୁ ନେଇ ମନ୍ଥନ ଆରମ୍ଭ କରିଛି । ଆତ୍ମନିର୍ଭର ଭାରତର ଆହ୍ୱାନକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଯୋଗ ଓ ଆର୍ୟୁବେଦ ସୁସ୍ଥ ଜୀବନ ପାଇଁ ବେଶ ଉପାଦେୟ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାରି ଭିତରେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୁଣି ଥରେ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun May 31 , 2020
୧-ଅନଲକ୍-୧ : ଜୁନ୍‌ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌, ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂମଲ। ଜୁଲାଇ ପହିଲା ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ।ରାତି ୯ରୁ ସକାଳ ୫ଯାଏଁ କଟକଣା। ୨-ବନ୍ଦେ ଉତ୍କଳ ଜନନୀ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା। ୩-ବସରେ ଯାଉନାହାଁନ୍ତି ଯାତ୍ରୀ, ବନ୍ଦ ହୋଇପାରେ ବସ ଚଳାଚଳ ! ପରିବହନ ମନ୍ତ୍ରୀଙ୍କୁ ଭେଟିଲା ବସ […]

You May Like

Pin It on Pinterest