କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ ପାଇଁ ଭୋଟଭିକ୍ଷ୍ୟା କରିବା ସହ ବିରୋଧୀ ଦଳ ବିଜେଡି ଓ ବିଜେପି ଙ୍କ ଉପରେ ଯୋର ବର୍ଷିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ନେଇ ଜନସାଧାରଣ ଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତିଶଗଡ କଂଗ୍ରେସର ଖିଲାରୀ ବିଧାୟଲ ଶ୍ରୀ ଦ୍ଵାରିକାଧିସ ଯାଦବ ମଧ୍ୟ ଉପସ୍ଥିତରହି ଲୋକସଭା ଓ ବିଧାନସଭା ପାଇଁ ଦୁଇଥର ବଟନ ଦବାଇ ଭୋଟଦେଇ ଜୟଯୁକ୍ତ କରାନ୍ତୁ ବୋଲି ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଏହି ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।