୧-ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି । ୪୯୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୭ ରହିଛି । ଏହା ସହ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
୨-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।
୩–ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି ।
୪-ଆଜି ଶେଷ ହେବ ଅନଲକ-୧ । ରାତି ୧୨ଟା ଠାରୁ ଆରମ୍ଭ ହୋଇଯିବ ଅନଲକ-୨।
୫-ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ପ୍ରତିଶେଧକ ଟୀକା ପରୀକ୍ଷଣକୁ ମିଳିଲା ଅନୁମତି ।
୬–ତାଜ ମହଲ ପ୍ୟାଲେସ୍ ହୋଟେଲ୍’ ଓ ବାନ୍ଦ୍ରାରେ ଥିବା ‘ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲ୍’କୁ ଉଡ଼ାଇ ଦିଆଯିବାକୁ ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ।
୭–ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫୬୬୮୪୦ରେ ପହଞ୍ଚିଛି । ଏହା ମଧ୍ୟରୁ ୨୧୫୧୨୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୬୮୯୩ ରେ ପହଞ୍ଚିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୩୩୪୮୨୨ରେ ପହଞ୍ଚିଛି ।
୮-ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ନିକଟ ଭବିଷ୍ୟତରେ କରୋନା ଭାଇରସ ଯିବାଭଳି ଲାଗୁନାହିଁ ।
୯-ବିଶ୍ୱରେ ୧ କୋଟି ୪ ଲକ୍ଷ ୨ ହଜାର ୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭ ହଜାର ୫୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ୫୬ ଲକ୍ଷ ୫୬ ହଜାର ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୩୮ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।




