ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷପ ନିଆଯାଇଛି । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ଦ୍ୱୟ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ।

ସୂଚନା ଅନୁଯାୟୀ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍ ଜୁଲାଇ ୨୬ରେ ହେବାର ଥିଲା । ସେହିପରି ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮ରୁ ୨୩ ଓ ଜେଇଇ ଆଡଭାନ୍ସ ଅଗଷ୍ଟ ୨୮ରେ କରିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ମହାମାରୀ ଯୋଗୁ ପରୀକ୍ଷାଗୁଡିକ କୁ ବାତିଲ କରାଯାଇଥିଲା ।
ନିଟ୍ ଓ ଜେଇଇ ପରୀକ୍ଷା କେବ ହେବ ସେଥିପାଇଁ ମାନବ ସମ୍ବଳ ମନ୍ତ୍ରଣାଳୟ ଏକ କମିଟି ଗଠନ ହୋଇଥିଲା । ଆଜି ଏହି କମିଟି ତରଫରୁ ନୂଆ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ । ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ ବୋଲି ଘୋଷଣା କରାଯାଇଛି।
