୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ପୁଣି ୫୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି । ମୋଟ୍ ୭୯୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୫ ରହିଛି । ଅପରପକ୍ଷରେ ଆଉ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୬୧ରେ ପହଁଚିଛି ।
୨-ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୨୨ ଜଣ ସାହିତ୍ୟିକ ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ।
୩-ଏଣିକି ଗଞ୍ଜାମ ଓ ଯାଜପୁର ଲୋକଙ୍କୁ ଅନୁଗୁଳ ଜିଲ୍ଲାରେ ପ୍ରବେଶ ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି।
୪-ରଥଯାତ୍ରାରେ ସାମିଲ୍ ଥିବା ୪ହଜାରରୁ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ।
୫-ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍ହାର ୯୬. ୮୪ ପ୍ରତିଶତ ରହିଛି।
୬-ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍ ହ୍ୱାଟସ୍ ଆପ ଓ ଟେଲିଗ୍ରାମରେ ଏବେ ସମନ୍ ଓ ଲିଗାଲ ନୋଟିସ୍ ମିଳିବ।
୭-ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ ପ୍ରତ୍ୟାହୃତ ହୋଇଛି।
୮-ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ଘରୋଇ ଟିଭି ନିଉଜ୍ ଚାନେଲ ପ୍ରସାରଣ ବନ୍ଦ କଲା ନେପାଳ ।
୯-ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ।
୧୦-କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ।
୧୧-ଉତ୍ତର କଶ୍ମୀରର ନୌଗାମ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ଆତଙ୍କବାଦୀ ନିପାତ କଲା ଭାରତୀୟ ସେନା ।
୧୨–ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ ରେ ପହଂଚିଛି । ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩ କୁ ବୃଦ୍ଧି ହୋଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୧୫ ହଜାର ୩୮୬ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ଆକ୍ରାନ୍ତଙ୍କ ଅଛନ୍ତି ।




