ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ନିର୍ଦ୍ଦେଶାବଳୀ ଜାରି

ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ମହାମାରୀ ମଧ୍ୟରେ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ମନ୍ତ୍ରଣାଳୟ (MHA) ଶୁକ୍ରବାର ଦିନ ଏକ ନିର୍ଦେଶାବଳୀ ଜାରି କରିଛି । ଏହା ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜ୍ୟ, ଗଭର୍ନର ଇତ୍ୟାଦିଙ୍କୁ ଜନସାଧାରଣଙ୍କ ମଣ୍ଡଳୀରୁ ଦୂରେଇ ରଖିବାକୁ ଏବଂ ଉତ୍ସବ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ନିର୍ଦେଶ ଦେଇଛି ।

ଯୁଗ୍ମ ସଚିବ ଅନୁଜ ଶର୍ମା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖି ଜଣାଇଛନ୍ତି କି, ୧୫ ଅଗଷ୍ଟ ଉତ୍ସବ କିପରି ପାଳନ କରାଯିବ।

“ପ୍ରତିବର୍ଷ ସ୍ୱାଧୀନତା ଦିବସ ଅତି ଉତ୍ସାହ ସହ ପାଳନ କରାଯାଏ | କିନ୍ତୁ ଏ ବର୍ଷ ସ୍ୱାଧୀନତା ଦିବସ ସାମାନ୍ୟ ଭିନ୍ନ ଭାବେ ପାଳନ କରାଯିବ । କୋଭିଡ -୧୯ ମହାମାରୀର ପ୍ରସାରକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାନିଟାଇଜେସନ କରିବା ଭଳି କେତେକ ପ୍ରତିଷେଧକ ବ୍ୟବସ୍ଥା ପାଳନ କରିବା ଜରୁରୀ ଅଟେ। ଗୃହ ମନ୍ତ୍ରଣାଳୟ ଏବଂ ପରିବାର କଲ୍ୟାଣ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ କୋବିଦ-୧୯ ସମ୍ବନ୍ଧୀୟ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରାଯାଉ ।”

ଉଭୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ସକାଳ ୯ ଟା ପରେ ସମାରୋହ ଆରମ୍ଭ ହେବ, ଯାହା କି ମୁଖ୍ୟମନ୍ତ୍ରୀ / କମିଶନର / ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ପାରେ ଜାତୀୟ ସଂଗୀତ ଗାନ କରାଯିବ । ଏହା ପରେ ରାଜ୍ୟ ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ପ୍ୟାରେଡ୍, ହୋମଗାର୍ଡ / ଏନସିସି, ସ୍କାଉଟ୍ସ: ମନ୍ତ୍ରୀ / କମିଶନର / ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଭାଷଣ, ୧୫ ଅଗଷ୍ଟ ର ମହତ୍ତ୍ ବର୍ଣ୍ଣନା କରିବା ସହ ଦେଶର ଏକତା ତଥା ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ଦର୍ଶକଙ୍କୁ ଉତ୍ସାହିତ କରିବେ ।

କୋବିଦ-୧୯ ଯୋଦ୍ଧାମାନଙ୍କୁ ସେମାନଙ୍କର ଉତ୍ତମ ସେବାର ସ୍ୱୀକୃତି ଭାବରେ ଏହି ସମାରୋହକୁ ନିମନ୍ତ୍ରଣ କରାଯାଇପାରେ COVID-19 ସଂକ୍ରମଣରୁ ଆରୋଗ୍ୟ ହୋଇଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇପାରେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jul 25 , 2020
୧-ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୫,୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି । ୨- ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ […]

You May Like

Pin It on Pinterest