
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ବତନ୍ତ୍ର ରାଷ୍ଟ୍ରପତି ପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ରେ ସମ୍ମା ସମ୍ମାନିତ ହୋଇଛନ୍ତି । ସେ ଏକ । ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ବ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ଦିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ । ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ବୀକୃତି ସ୍ବରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି I ପ୍ରଥମ ଥର ପାଇଁ ଏହି ବିଶେଷ ସମ୍ମାନ । ସେଶେଲ୍ସ ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହାର୍ମିନି ଆଜି ସମ୍ମାନ ପ୍ରଦାନ କରାଯାଇଛି I
ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ସଂକଳ୍ପବଦ୍ଧ ସମସ୍ତ ରାଷ୍ଟ୍ରଙ୍କୁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ ଏହି ପୁରସ୍କାର ସ୍କାର ଦୁଇ ଦେଶ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ । ନିକଟରେ ଭାରତ-ସେଶେଲ୍ସ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ କରିଛି। ଏହି ସମ୍ମାନ ଏକ ସବୁଜ ପୃଥ୍ ପୃଥ୍ବୀ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସ୍ବୀକୃତି ଦିଏ ।
ଅନ୍ତର୍ଜାତୀୟ ସୌର ମେଣ୍ଟ, ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ), ‘ଏକ ପେଡ଼ ମା କେ ନାମ’ (ମାଙ୍କ ନାମରେ ଗଛଟିଏ), ଏବଂ ଅନ୍ତର୍ଜାତୀୟ ବ୍ୟାଘ୍ର ମେଣ୍ଟ ଭଳି ପଦକ୍ଷେପରେ ମଧ୍ୟ ଏହା ସ୍ପଷ୍ଟ ହୋଇଥାଏ I ପୂର୍ବରୁ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନେକଗୁଡ଼ିଏ ସମ୍ମାନ ମିଳିଛି । ଏଥି ମଧ୍ଯରେ ଏ ଏଫ ଓର ଏଗ୍ରିକୋଲା ପଦକ, ସିଓଲ ଶାନ୍ତି ପୁରସ୍କାର ଏବଂ ଜାତିସଂଘ ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ’ ଆଦି ପ୍ରମୁଖ ସମ୍ମାନ ରହି ରହିଛି ।
ଏହି ସମ୍ମାନ ଭାରତ ମହାସାଗର କ୍ଷେତ୍ରରେ ଦକ୍ଷତା ନିର୍ମାଣ, ପରିବେଶ ସଂରକ୍ଷଣ, ଦୀର୍ଘସ୍ଥାୟୀ ବିକାଶ ପ ପଦକ୍ଷେପ ଏବଂ ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବାରେ ଭାରତର ବଦ୍ଧିତ ଭୂମିକାକୁ ସେଶେଲ୍ସ କେତେ ଗୁରୁତ୍ବ ଦିଏ ତାହା ପ୍ରତିଫଳିତ କରେ ।



