ଖଣ୍ଡପଡ଼ା ଅଂଚଳରେ ବିଜୁଳି ବିଭ୍ରାଟ….

ବାସ୍ତବ ବ୍ୟୁରୋ (ଖଣ୍ଡପଡା)- ଶାସକ ଦଳର ପୁରୁଖା ରାଜନେତା ଖଣ୍ଡପଡାର ବିଧାୟକ,ହେଲେ ଖଣ୍ଡପଡା ର ସମଶ୍ୟା ସହ ସେ ଯେପରି ଅନଭିଜ୍ଞ ପରି ଲାଗେ।ରାସ୍ତା ଘାଟ ହେଉବା ନିର୍ବାଚନ ମଣ୍ଡଳୀର ସମଶ୍ୟା କିଛି ଯେପରି ତାଙ୍କ କାନରେ ବାଯେନା। ବିଦ୍ୟୁତ ସାମାଜିକ ଜୀବନରେ ସବୁଠାରୁ ଜରୁରୀ ହୋଇପଡିଥିବାବେଳେ,ସେସୁ ସମୟରେ ଯଥାକଥା ଚଳିଯାଉଥିଲେ ଖଣ୍ଡପଡାବାସି। ହେଲେ ଟା ଟା କମ୍ପାନୀ ଦାଇତ୍ଵ ନେବାପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଚଂଳବାସି । ଖଣ୍ଡପଡ଼ାଗଡ଼ ନିକଟରେ ଥିବା ସମସ୍ତ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ଯେ ଦିନେ ଦିନେ ନୁହେଁ ସବୁବେଳେ ଦିନରେ ଟିକିଏ ସମୟ ପାଇଁ କରେଣ୍ଟ୍ ରହୁଥିବା ବେଳେ ବେଳେ୧୦୦ଥର କଟୁଚି ,ଏପରିକି ୨ ମାସ ହେବ ରାତିରେ କରେଣ୍ଟ୍ ରହୁନି କହିଲେ ଚଳେ ।ବାରମ୍ବାର ବିଦ୍ୟୁତ୍ କଟ୍ ହେବା ଫଳରେ ,ବିଦ୍ୟୁତ୍ ଚାଳିତ ସରଞ୍ଜାମ ଖରାପ ହେଉଛି । ପ୍ରତିଦିନସନ୍ଧ୍ୟା ସମୟରେ ଓ ରାତିସାରା ଲାଇନ୍ କାଟିବାସାଧାରଣ କଥା ହୋଇଛି।

ଗତ ଦୁଇଦିନ ହେବ ଲାଇନ୍ ନାହିଁ, ଆଜି ଅଗଷ୍ଟ ୧୫ ସରକାରୀ ଘୋଷଣାନୁସାରେ କୋରୋନା ମହାମାରୀ ସତର୍କତା ଦୃଷ୍ଟିରୁ ସମସ୍ତେ ନିଜଘରେ ରହି ,ଦେଶ ତଥା ରାଜ୍ୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଦୁରଦର୍ଶନ ମାଧ୍ୟମରେ ଦେଖିବା ପାଇଁ। କିନ୍ତୁ ଦୁର୍ଭାଗ୍ୟର କଥା ଟାଟା କଂପାନୀ ର ବିଚାରରେ ତାହା ନାହିଁ ।ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ବିଧାୟକ ମହୋଦୟ ଏଥପ୍ରତି ଦୃଷ୍ଟି ଦେବାକୁ, ପଠାଣି ସାମନ୍ତ ମହାବିଦ୍ୟାଳୟ ଏରିଆ ସହିତ ବାଇଗୁଣିଆ, ବାହାଡା ଗ୍ରାମ,ଓ କଲେଜ ଛକ,ବନମାଳୀ ପୁର ତଥା ପାଖ ଅଚଂଳବାସି ନିବେଦନ କରିଛନ୍ତି। ଆଶାକରୁ ପ୍ରଶାସନ ଏଥିପ୍ରତି ନଜର ଦେବେ ।(ଖଣ୍ଡପଡ଼ାରୁ ଲକ୍ଷ୍ମୀଧର ଷଡଙ୍ଗୀଙ୍କ ରିପୋର୍ଟ)

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର... କୋରୋନା ହାଲ୍ ଚାଲ୍...

Sat Aug 15 , 2020
ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଫଳତଃ ରାଜ୍ୟରେ ୫୭୧୨୬ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା।ଆଜିର୨୪୯୬ଙ୍କ ମଧ୍ୟରୁ ୧୫୯୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୦୫ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳ-୧୨ଜଣ, ବାଲେଶ୍ୱର-୧୬୫ଜଣ, ବରଗଡ଼-୩୬ଜଣ, ଭଦ୍ରକ- ୧୦୨, ବଲାଙ୍ଗୀର- ୯୨ଜଣ, ବୌଦ୍ଧ- ୧୧୫ଜଣ, କଟକ- ୧୨୮ଜଣ, ଢେଙ୍କାନାଳ-୬୯ଜଣ, ଗଜପତି-୬୮ଜଣ, ଗଞ୍ଜାମ- ୩୨୭ଜଣ, ଜଗତସିଂହପୁର- ୧୪ଜଣ, ଯାଜପୁର-୧୧ଜଣ, ଝାରସୁଗୁଡ଼ା-୧୯ଜଣ, କଳାହାଣ୍ଡି-୪୨ଜଣ, କନ୍ଧମାଳ-୯୮ଜଣ, କେନ୍ଦ୍ରାପଡ଼ା-୧୩ଜଣ, କେନ୍ଦୁଝର-୫୧ଜଣ, […]

You May Like

Pin It on Pinterest