ବାସ୍ତବବ୍ୟୁରୋ :୨୮/୧୦/ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପଞ୍ଜୀକରଣର ଆସନ୍ତା ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. କରୋନାପରିସ୍ଥିତିକୁ ନଜରରେରଖି, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ, ବୈଷୟିକ ତଥା ବୃତ୍ତିଗତ ଶିକ୍ଷାନୁଷ୍ଠାନରେଇଣ୍ଟିଗ୍ରେଟେଡ୍ଏମ୍ଏସ୍ସି ବିଟେକ୍, ବିଆର୍କ ଓ ଏମ୍ଏସ୍ସି ପଢିବାକୁ ଇଛୁକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ,ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପଂଜିକରଣର ଶେଷ ତାରିଖ ୨୬ ପରିବର୍ତେ ଆସନ୍ତା ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି|
ଏନେଇଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦୀପ କୁମାର ଚାନ୍ଦ କହିଛନ୍ତିକି , ଆସନ୍ତା ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଟେକ୍, ବିଆର୍କ ଓ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପଢିବା ପାଇଁ ପଞ୍ଜୀକରଣ ଓ ଚଏସ୍ ଲକିଂ କରିପାରିବେ| ସେହିପରି ଆଜି ଅପରାହ୍ନ ୫ଟାରେ ମକ୍ ସିଟ୍ ଆଲଟ୍ମେଣ୍ଟ୍ ପ୍ରକାଶ ପାଇଛି.| ୩୦ ତାରିଖ ୧୧ଟା ୩୦ରୁ ଓଟିପି ବ୍ୟବହାର କରି ଚଏସ୍ ଲକ୍ କରିହେବ| ନଭେମ୍ବର ୩ ତାରିଖ ଅପରାହ୍ନ ୫ଟାରେ ପ୍ରଥମ ସିଟ୍ ଆଲଟମେଣ୍ଟ୍ ପ୍ରକାଶ ପାଇବ| ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନଭେମ୍ବର ୪ରୁ ୮ ତାରିଖ ମଧ୍ୟରେ ଅନଲାଇନରେ ରିପୋର୍ଟିଂ କରିବା ସହିତ ଫି ‘ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ|
ସେହିପରି ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ୍ ଓଜେଇଇ ଦେଇଥିବା ବିଟେକଧାରୀ ଓ ଜେଇଇଧାରୀଙ୍କ ପାଇଁ ମଧ୍ୟ ପୂର୍ବରୁ ପଞ୍ଜୀକରଣ କରିନଥିବା ଛାତ୍ରଛାତ୍ରୀ କାଉନସେଲିଂ ପାଇଁ ପଞ୍ଜୀକରଣ କରିପାରିବେ |ଦ୍ୱିତୀୟ ସିଟ୍ ଆଲଟମେଣ୍ଟ ନଭେମ୍ବର ୧୫ ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ |ଛାତ୍ରଛାତ୍ରୀ ୧୬ରୁ ୧୮ ତାରିଖ ମଧ୍ୟରେ ଅନଲାଇନରେ ରିପୋର୍ଟିଂ କରିବା ସହିତ ଫି ‘ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ | ସେହିପରି ତୃତୀୟ ସିଟ୍ ଆଲଟ୍ମେଣ୍ଟ୍ ନଭେମ୍ବର ୨୦ ତାରିଖ ଅପରାହ୍ନ ୫ଟାରେ ବାହାରିବ|
୨୧ ଓ ୨୨ ତାରିଖରେ ଅନଲାଇନ ରିପୋର୍ଟିଂ, ଫି ‘ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ ହେବ| ୨୪ ତାରିଖ ଅପରାହ୍ନ ୫ଟାରେ ଚୂଡାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ବାହାରିବ| ନୂଆ ମନୋନୀତ ଛାତ୍ରଛାତ୍ରୀ ଅନଲାଇନ ରିପୋର୍ଟିଂ, ଫି ‘ପେମେଣ୍ଟ ଓ ଡକ୍ୟୁମେଣ୍ଟ ଅପଲୋଡ୍୨୫ ଓ ୨୬ ତାରିଖରେ କରିପାରିବେ|ଛାତ୍ରଛାତ୍ରୀ ଆଲଟମେଣ୍ଟ ଲେଟର୍ ଡାଉନଲୋଡ୍ ନଭେମ୍ବର ୨୭ ତାରିଖ ଅପରାହ୍ନ ୫ଟାରେ କରିପାରିବେ| ସେହିପରି କାଉନସେଲିଂ ପରେ ଖାଲି ପଡିଥିବା ସିଟ୍ଗୁଡିକ କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକୁ ଫେରାଇ ଦିଆଯିବ| ୨୮ରୁ ୩୦ ତାରିଖ ମଧ୍ୟରେ କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକରେ କରାଯାଇଥିବା ନାମଲେଖା ବାବଦରେ ସୂଚନା ଦିଆଯିବ |ତେବେ ଛାତ୍ରଛାତ୍ରୀ ସେମାନଙ୍କ କଲେଜ କିମ୍ବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍ ଯାଞ୍ଚ କରି ସବିଶେଷ ବିବରଣୀ ପାଇପାରିବେ |