ଆଜିର ଖାସ୍ ଖବର

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ।

ପୁଣି ବ୍ରହ୍ମପୁରରେ ନକଲି ଚା ପତି କାରଖାନା ଠାବ ହୋଇଛି ବ୍ରହ୍ମପୁରର ଇଞ୍ଜିନିୟରିଂ କଲେଜ୍ ପଣ୍ଡା କଲୋନୀରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଇ ଏକ ବେଆଇନ ଓ ଅପମିଶ୍ରିତ ଚା ପତି କାରବାର ଚାଲିଥିବା ପୋଲିସ ଖବର ପାଇଥିଲା । ତେବେ ଆଜି ଏହି ଚା ପତି ବ୍ୟବସାୟୀଙ୍କ ଘର ଉପରେ ପୋଲିସ ଚଢାଉ କରିଛି

ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଛି ।ଆନ୍ଦୋଳନ କରୁଥିବା ଏଏନଏମ କର୍ମୀଙ୍କୁ ଜାନୁଆରୀ ୨୬ର ପ୍ରସ୍ତୁତି ପାଇଁ ଉଠାଯାଇଥିବା ସୂଚନା ମିଳିଛି । 

ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳ‌ରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି।

ଆଜି ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍ସି ବଜାରସ୍ଥିତ ଜାନକୀ ଭବନରେ ମାଲ୍ୟାର୍ପଣ କରିବେ । ଏହା ପରେ ଖାନନଗରରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିବେ ।  ଏହି ବସ ଟର୍ମିନାଲରେ ଏକାଥରେ ୧୫୦ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି । ପ୍ରାୟ ୧୨  ଏକର ସ୍ଥାନରେ ଏହି ବସ ରହଣୀସ୍ଥଳ ନିର୍ମାଣ ହେବ । ସେଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । 

ଆଜି ନେତାଜୀ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଭାରତରେ ୨୪ ଘଣ୍ଟା ମଧ୍ୟରେ ୧୪,୫୪୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୫୨ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୬,୩୯,୬୮୪ରେ ପହଞ୍ଚିଛି। ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୩,୧୮୪ରେ ପହଞ୍ଚିଛି।

ଭାରତୀୟ ସେନା ସମ୍ପର୍କରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ଚୀନ  ।  ଲଦାଖ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲବିଷୟରେ ଗୁପ୍ତ ସୂଚନା ପାଇବା ପାଇଁ ଚୀନ ଚାଲ କରୁଛି ।  ହାଇ ଆଲର୍ଟରେ ଭାରତୀୟ ସେନା  ।

କରୋନା ଟିକା ଭାରତରୁ ଯିବା ପରେ ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଏକ ହନୁମାନ ଫଟୋକୁ ମଧ୍ୟ ସେୟାର କରିଛନ୍ତି  ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥି ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ୧୫୦ରୁ ୨୦୦ ଜଣ ନ୍ୟାସନାଲ ଗାର୍ଡ ତଥା ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଏହି ସମସ୍ତ କର୍ମଚାରୀ ସୁରକ୍ଷା ପାଇଁ ନିୟୋଜିତ ଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତରେ ଚାରୋଟି ରାଜଧାନୀ ରହିବା ଉଚିତ୍ - ମମତା ବାନାର୍ଜୀ

Sun Jan 24 , 2021
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ, ମମତା ବାନାର୍ଜୀ କହିଛନ୍ତି – ଭାରତରେ ଚାରୋଟି ରାଜଧାନୀ ରହିବା ଉଚିତ୍ | ବାସ୍ତବବ୍ୟୁରୋ :ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ଭାରତରେ ଚାରିଟି ରାଜଧାନୀ ହେବା ଉଚିତ ଏବଂ ଦେଶର ବିଭିନ୍ନ ସ୍ଥାନରେ ସଂସଦ ଅଧିବେଶନ ଅନୁଷ୍ଠିତ ହେବା ଉଚିତ। ଜାନୁଆରୀ ୨୩ ରେ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀକୁ ‘ପାରକ୍ରାମ ଦିବସ’ ଭାବରେ […]

You May Like

Pin It on Pinterest