୬୨ ବର୍ଷ ର ବରକୁ ୧୪ ବର୍ଷର କନିଆଁ ପାକିସ୍ତାନୀ ସାଂସଦଙ୍କ କାରନାମା |
ବାସ୍ତବବ୍ୟୁରୋ:ସାରା ବିଶ୍ୱରେ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଥିବାବେଳେ ପାକିସ୍ତାନର ବାଲୁଚିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୨ ବର୍ଷୀୟ ସାଂସଦ ମୋୖଲାନା ସାଲାହୁଦ୍ଦିନ ଆୟୁବି ଜଣେ ୧୪ ବର୍ଷର ନାବାଳିକାକୁ ବିବାହ କରିଛନ୍ତି। ତେବେ ସରକାର ପୋଲିସର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାଲାହୁଦ୍ଦିନ ବାଲୁଚିସ୍ତାନର ଚିତ୍ରାଲର ଜଣେ ସାଂସଦ। ପୋଲିସ କହିଛି ଯେ ଏହି ବିବାହ ସମ୍ପର୍କରେ ଏକ ଏନଜିଓ ସୂଚନା ଦେଇଛି।
ଝିଅ ର ଜନ୍ମ ପ୍ରମାଣପତ୍ରରୁ ଜଣାପଡିଲା |
ଦ ଡନ୍ର ଏକ ରିପୋର୍ଟ ଅନୁଯାୟୀ,ଝିଅ ର ବିଦ୍ୟାଳୟ ତାଙ୍କ ଜନ୍ମ ପ୍ରମାଣପତ୍ର ଗଣମାଧ୍ୟମକୁ ଉପସ୍ଥାପନ କରିଥିଲା। ଏଥିରେ ତାଙ୍କର ଜନ୍ମ ତାରିଖ ୨୮ ଅକ୍ଟୋବର ୨୦୦୬ ଭାବରେ ଦର୍ଶାଯାଇଛି | ଏହା ପରେ ଏକ ସ୍ଥାନୀୟ ଏନଜିଓ ପୋଲିସରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ଏହାର ଅନୁସନ୍ଧାନ କରାଯିବ।
ଝିଅ ର ବାପା ବିବାହକୁ ଅସ୍ୱୀକାର କରିଥିଲେ
ଏଥି ସହ ସ୍ଥାନୀୟ ପୋଲିସ ଅଭିଯୋଗ ପାଇବା ପରେ ଝିଅ ଘରେ ପହଞ୍ଚିଥିବା ବେଳେ ତାଙ୍କ ପିତା ତାଙ୍କ ଝିଅର ବିବାହକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ମୋ ଝିଅ ଆଦୌ ବିବାହିତ ନୁହେଁ। ପୋଲିସର ଡିପିଓ କହିଛନ୍ତି ଯେ ଝିଅ ର ବାପା ଆମକୁ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କ ଝିଅ କୁ ସେହି ସାଂସଦଙ୍କ ନିକଟକୁ କେବେ ପଠାଇବେ ନାହିଁ।
ପାକିସ୍ତାନରେ ୧୬ ବର୍ଷରୁ କମ ଝିଅର ବିବାହ ଅପରାଧ |
ପାକିସ୍ତାନରେ ଝିଅ ମାନଙ୍କର ବିବାହ ବୟସ ୧୬ ବର୍ଷରେ ସ୍ଥିର କରାଯାଇଛି। ଯଦି ୧୬ ବର୍ଷରୁ କମ ବୟସରେ ଝିଅ ବିବାହିତ, ତେବେ ଏହା ଆଇନଗତ ଭାବରେ ଅପରାଧ ଭାବରେ ପରିଗଣିତ ହେବ ଏବଂ ଦଣ୍ଡିତ ହୋଇପାରେ |