ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ | ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଧ୍ୟ ଭାବେ ଖବର ପ୍ରକାଶ ହୋଇଛି ।
ଏପ୍ରିଲ ୨ ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି।ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଉତ୍କଳ ବିଶ୍ବବିଦ୍ୟାଳ ।ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେସୀ ଲାଲ୍ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏହି ସମାବର୍ତ୍ତନ ଉତ୍ସବରେ ୧୮୦ ଜଣ ପିଏଚ୍ ଡି ଏବଂ ଡିଲିଇଟି ଭଳି ବିଭିନ୍ନ ଉପାଧି ପ୍ରଦାନ କରାଯିବାର କାର୍ଯ୍ୟ ସ୍ଥିର କରାଯାଇଛି ।



