
୧-ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ, ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ କଲେ ବହିଷ୍କାର।
୨-ସେପ୍ଟେମ୍ବର ୧୫ ଯାଏଁ ବଢ଼ିଲା ରେସନ କାର୍ଡ- ଆଧାର ସଂଯୋଗ।୧୦ ଯାଏଁ ଚାଷୀ ପଞ୍ଜିକରଣ।
୩-ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ।
୪-କଳାଧନକାରୀଙ୍କ ଉପରେ ପ୍ରହାର, ଆଜି ସ୍ଵିସ୍ ବ୍ୟାଙ୍କ କରିବ ବଡ଼ ଖୁଲାସା, ଭାରତକୁ ଦେବ ଜମାକାରୀଙ୍କ ତାଲିକା।
୫-ଆଜି ଠାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ, ଏଣିକି ଗାଡି ଚଳାଇଲା ବେଳେ ମୋବାଇଲ ବ୍ୟବହାର କଲେ ଗଣିବେ ୧୦ହଜାର।
୬-ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମିଶ୍ରଣ: ଓଡ଼ିଶାରେ ୧୦୦ ଶାଖା ଓ ୪୦୦ ATM ହେବ ବନ୍ଦ।
୭-ତିନି ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଓ ସୁରେନ୍ଦ୍ର ପନୱାରଙ୍କୁ ମିଳିଲା ଡିଜି ପାହ୍ୟା।
୮-୪ର୍ଥ ଦିନରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା, ଏବେବି ଏମାର ମଠରୁ ବାହାରୁନାହାନ୍ତି ମହନ୍ତ। ଦୁଇ ଦିନ ( ସେପ୍ଟେମ୍ବର ୧ ଓ ୨ ତାରିଖ ) ପାଇଁ ବନ୍ଦ ରହିବ ଉଚ୍ଛେଦ କାମ।
୯-ଦୁଇ ଦିନର କସରତ ପରେ ତେଲ ନିଷ୍କାସନ ଆରମ୍ଭ, ପ୍ରଥମ ଦିନରେ ମାଲେସିଆ ଜାହାଜରୁ କଢାଗଲା ୯ହଜାର ଲିଟର।
୧୦-ଆସାମ NRC ଚୂଡାନ୍ତ ତାଲିକା: ବାଦ୍ ପଡିଲେ ୧୯ଲକ୍ଷରୁ ଅଧିକ।
୧୧-ଉତ୍ତର ବଙ୍ଗୋପସାଗର ଲଘୁଚାପ ସୃଷ୍ଟି, ଆଜି ଠାରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ହେବ ପ୍ରବଳ ବର୍ଷା।