ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

କଳାହାଣ୍ଡି(ବାସ୍ତବ କଥା):ବିଶିଷ୍ଟ ଶିଳ୍ପପତି ଶ୍ରୀ ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନକୁ ମହାସମାରୋହରେ ଓଡ଼ିଶା ପାଳନ କରୁଛି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଜଗନ୍ନାଥପୁର ସ୍ଥିତ ସୁଦାମା କ୍ରିଷ୍ଣା ହୋଟେଲ ଠାରେ ଲାଞ୍ଜିଗଡ ସ୍ଥିତ ଓ.ଏସ.ଏଲ ଲାଞ୍ଜିଗଡ ଶାଖା ତରଫରୁ ଶିଳ୍ପପତି ଶ୍ରୀ ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ପବିତ୍ର ଜନ୍ମଦିନ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର ର‌ ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତର ଲଜିଷ୍ଟିକ ଆଲୁମିନାର ମୁଖ୍ୟ ଶ୍ରୀ ଅଭିଷେକ ତିୱାରୀ ଓ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ବେଦାନ୍ତ ରେଲୱେ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ଗଉଡ଼ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଶ୍ରୀ ଶ୍ରୀଧର ପେସନିଆ, ମାଁ ଭୈରବୀ ଟ୍ରକ ୟୁନିଅନର ସଭାପତି ଶ୍ରୀ ଚନ୍ଦ୍ରଶେଖର ବେହେରା, ଉପ ସଭାପତି ଶ୍ରୀ ବଟକୃଷ୍ଣ ପୃଷ୍ଟି, ସମ୍ପାଦକ ଶ୍ରୀ ଆୟୁବ ଖାନ, ଉପଦେଷ୍ଟା କମିଟିର ଶ୍ରୀ ନବୀନ ପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ମିଶ୍ର ଙ୍କ ଗୁଣଗାନ କରିବା ସହ ସୁସ୍ଥ ନିରାମୟ ଜୀବନ ର କାମନା କରିଥିଲେ।

ଏହି ଅବସରରେ ଓ.ଏସ.ଏଲ ର ୪୬ ଜଣ ଅଧିକାରୀ ଓ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ରକ୍ତ ଭଣ୍ଡାରରୁ ଡା. ଦେବାଶିଷ ନାୟକ,ଏଲଟି ଅଜିତ କୁମାର ନାଏକ, ଏଲ.ଟି ଶ୍ରୀ ଡ଼ମ୍ବୁରୁଧର ସାହୁ, ଏଲ.ଟି ଶ୍ରୀ ସଞ୍ଜୀବ କୁମାର ମହାଖୁଡ, ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ଜଞ୍ଜିର ପ୍ରସାଦ ବାଗ, ଏଲ.ଟି ଶ୍ରୀ ଅମିତ କୁମାର ମାଝୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମ ରେ ଲାଞ୍ଜିଗଡର ସାମ୍ବାଦିକ ଶ୍ରୀ କ୍ଷମାନିଧି ମହାକୁଡ, ସାମ୍ବାଦିକ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଶ୍ରୀ ବିଦ୍ୟାଧର ଦଳବେହେରା, ଶ୍ରୀ ଶୁଭେନ୍ଦୁ ପଲେଇ, ଶ୍ରୀ ସୁଦୀପ୍ତ ଦେବ, ଶ୍ରୀ ସୁଦୀପ୍ତ ରଥ, ଶ୍ରୀ ନସ ରଥ, ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଶ୍ରୀ ରାମ ସ୍ୱରୂପ ମହାପାତ୍ର, ଶ୍ରୀ ସଚିନନ୍ଦନ ନାୟକ, ଶ୍ରୀ ଯଶୋବନ୍ତ ପ୍ରଧାନ ଓ ସାମ୍ବାଦିକ ଶ୍ରୀ ଦିଲ୍ଲୀପ ନାଏକ ପ୍ରମୁଖ ସହଯୋଗ କରିଥିଲେ I

ସେୟାର କରନ୍ତୁ

Next Post

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ କଟକର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା...

Mon Apr 20 , 2026
କଟକ(ସଂଜୟ ଶତପଥୀ):ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ଦଳରୁ ଡାକରା ପାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକର ବିଶିଷ୍ଟ ଭାଜପା ନେତା ଶ୍ରୀ ଲଲାଟେନ୍ଦୁ ବଡୁ ଦୀର୍ଘ ତିନି ମାସ ଧରି ୨୧୨-ପଟାଶପୁର ନିର୍ବାଚନ ମଣ୍ଡଳୀ ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ସେହି ଅଞ୍ଚଳରେ ମାରାଥନ ନିର୍ବାଚନ ପରିଚାଳନା କରୁଛନ୍ତି। ଗତ ନିର୍ବାଚନ ରେ ଏହି ସନ୍ତ୍ରାସ ବହୁଳ ଆସନରୁ ପରାଜିତ ହୋଇଥିବା ଯୋଗୁଁ ଶ୍ରୀ ବଡୁ ଅତ୍ୟନ୍ତ […]

You May Like

Pin It on Pinterest