ସ୍ବତନ୍ତ୍ର ସଚିବ ପାହ୍ୟାକୁ ୫ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି…

ବାସ୍ତବବ୍ୟୁରୋ:ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରିହୋଇଥିବା ବିଜ୍ଞପ୍ତି ଅନୁଯାଇ, ସ୍ବତନ୍ତ୍ର ସଚିବ ପାହ୍ୟାକୁ ୫ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି କରାଯାଇଛି । ସେମାନେ ହେଲେ ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଅବଦୁଲ୍‌ କଲିମ୍‌ ଖାନ୍ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମିଞ୍ଜ, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ପ୍ରମୋଦ କୁମାର ବେ‌େହରା। ପଦୋନ୍ନତି ପରେବି ଏହି ଅଧିକାରୀ ମାନେ ପୂର୍ବ ପରି ନିଜ ନିଜ ଦାୟିତ୍ବରେ ରହିବେ।

ଏହା ବ୍ୟତିର ୧୭ ଜଣ ଓଏଏସ୍‌ ଅଧିକାରୀ(ସୁପର୍‌ଟାଇମ୍ ସ୍କେଲ୍‌)ଙ୍କୁ ସୁପରିଅର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି କରାଯାଇଛି । ଆଉ ୧୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସୁପର୍‌ଟାଇମ୍‌ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ଅଦାଲତ...

Wed Mar 31 , 2021
ବାସ୍ତବବ୍ୟୁରୋ:ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ଅଦାଲତ,ଏହା ଏପ୍ରିଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ସକାଳୁଆ ହେବ।ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ସକାଳ ୭ଟା ୩୦ରେ କୋର୍ଟ ବସିବ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ହେଲେ […]

You May Like

Pin It on Pinterest