ଆଜି ଖାସ୍ ଖବର

 ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି ।  

 ୨ଜଣ ପଜିଟିଭ ଚିହ୍ନଟ ପରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଚଣାପଦରର ଏକ ଅଞ୍ଚଳକୁ ସାତଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କରୋନା ନିୟନ୍ତ୍ରଣ ପାଇଁ ଆଜିଠୁ ସାରା ଦେଶରେ ଟିକା ଉତ୍ସବ । ଆଜିଠୁ ୧୪ ତାରିଖ ଯାଏ ଚାଲିବ ଟିକା ଉତ୍ସବ । 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମତଦାନ ସମୟରେ କୁଚବିହାରରେ ହିଂସା ପରେ ନିର୍ବାଚନ ଆୟୋଗ କୌଣସି ନେତାଙ୍କୁ ୭୨ ଘଣ୍ଟା ଯାଏଁ ଜିଲ୍ଲାର ସୀମାକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି

ଉତ୍ତର ପ୍ରଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଧାର୍ମିକ ସ୍ଥଳରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆ ନଯାଉ । ବଜାରରେ ବ୍ୟବସାୟୀଙ୍କ ସହତ କଥା ହୋଇ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାରବାର କରନ୍ତୁ ।

ଜମ୍ମୁକଶ୍ମୀରର ସୋପିଆ ଜିଲ୍ଲାର ହାଡ଼ିପୋରାରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରେ ଏନ୍‌କାଉଣ୍ଟର କରିଛନ୍ତି । ଏହି ଏନକାଉଣ୍ଟରରେ ୨ ଜଣ ଅଜଣା ଆତଙ୍କବାଦୀ ନିପାତ ହୋଇଛନ୍ତି ।

NEET PG ତରଫ୍ ରୁ ଆସନ୍ତାକାଲି ଜାରି ହେବ ଆଡମିଟ୍ କାର୍ଡ । ଆବେଦନକାରୀମାନେ  nbe.edu.in ଏବଂ natboard.edu.in. ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ

ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ୧୩ କୋଟି ୫୯ ଲକ୍ଷ ୪୬ ହଜାର ୧୩୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୯ ଲକ୍ଷ ୩୮ ହଜାର ୭୫୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୦ କୋଟି ୯୩ ଲକ୍ଷ ୫୬ ହଜାର ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୩୬ ଲକ୍ଷ ୫୧ ହଜାର ୧୮୮ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ? କାହିଁକି ହେଲା ବୁର୍ଲାରୁ କଟକ ରେଫର ?

Sun Apr 11 , 2021
ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି | ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ […]

You May Like

Pin It on Pinterest