
ବାସ୍ତବବ୍ୟୁରୋ:ବଲାଙ୍ଗୀର କରୋନା ଯୋଦ୍ଧା ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ,କରନା ଯୁଧ୍ୟରେ ହାରିଗଲେ |ମହାମାରୀର ବିଭିଷୀକାରୁ ଲୋକମାନଙ୍କୁ ଉଦ୍ଧର କରିବା ପାଇଁ ଦିନ ରାତି ଏକ କରି ଆଗଧାଡିର ଯୋଦ୍ଧା ସାଜିଥିଲେ ଡାକ୍ତର ଷଢଙ୍ଗି । ଲୋକଙ୍କୁ ସଚେତନ ଓ ଚିକିତ୍ସା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ।ସବୁଠାରୁ ବଡ଼କଥାହେଲା କରୋନା ଯୋଦ୍ଧା ଭାବରେ ପ୍ରଥମ ପର୍ଯ୍ୟାୟରେ ଟିକାର ଦୁଇଟିଯାକ ଡୋଜ ନେଇଥିଲେ । ହେଲେ ଦୁଇମାସ ପରେ କରୋନାର ଆକ୍ରାନ୍ତ ହେଲେ ଡାକ୍ତର ବାବୁ । ଅନ୍ୟକୁ ଚିକିତ୍ସା ଯୋଗାଉଥିବା ଡାକ୍ତର ଉପଯୁକ୍ତ ଚିକିତ୍ସା ଅଭାବରୁ। ୫ ଦିନ ମଧ୍ୟରେ ଆଖି ବୁଜିଲେ |
ଦୁଃଖର ବିଷୟ କରୋନା ଦ୍ବିତୀୟ ଲହର ଆରମ୍ଭ ହେବାର ଏତେ ଦିନ ପରେବି ବଲାଙ୍ଗିରରେ କୋଭିଡ଼ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଗଲା । ଘରେ ୪ ଦିନ ରହିବାପରେ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଅପରାହ୍ନରେ ବରଗଡ଼ସ୍ଥିତ ଏକ ଘରୋଇ ହସପିଟାଲକୁ ଯାଇଥିଲେ । ମାତ୍ର ସେଠାରେ ଆଇସିୟୁ, ଭେଣ୍ଟିଲେଟର କିମ୍ବା ଅକ୍ସିଜେନ କିଛି ବି ମିଳିଲାନି । ସେଠାରୁ ବିନା ଚିକିତ୍ସାରେ ତାଙ୍କୁ ଫେରାଇ ଦିଆଗଲା । ଏହାପରେ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ଯିବା ବାଟରେ ବୌଦ୍ଧଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।ଜଣେ ଡାକ୍ତରଙ୍କ ପାଇଁ ଯଦି ଅପାଇଁ ପରିସ୍ଥିତି ତେବେ ସାଧାରଣ ଜନତା
ଶ୍ରୀ ଷଢଙ୍ଗୀଙ୍କର ପରିବାରରେ ସ୍ତ୍ରୀ ଓ ଦୁଇଝିଅ । ଭୁବନେଶ୍ୱର ଯାଉଥିବା ବାଟରେ ମୃତ୍ୟୁ ଘଟିବାରୁ ବୌଦ୍ଧରୁ ତାଙ୍କୁ ଫେରାଇ ଅଣାଯାଇଥିଲା । ଖବରପାଇ ଭୁବନେଶ୍ୱରରେ ପଢ଼ୁଥିବା ତାଙ୍କର ବଡ଼ ଝିଅ ଆସିବା ପରେ ରାତି ପ୍ରାୟ ୧୦.୩୦ ସମୟରେ ସ୍ଥାନୀୟ ଟିଟିଲାଗଡ଼ ରୋଡ଼ସ୍ଥିତ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରାଯାଇଛି । ଶ୍ରୀ ଷଢଙ୍ଗୀଙ୍କ ବିୟୋଗରେ ହତାବକ ହୋଇଯାଇଛନ୍ତି ଅଞ୍ଚଳବାସୀ ,ସେଆଡେ଼ ଖେଳି ଯାଇଛି ଶୋକର ଛାୟା |



