ଆଜିର ଖାସ୍ ଖବର…

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୨୪୨୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୦୩୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୧୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଆସନ୍ତା ୩ ଦିନ ଧରି ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଖୁବ୍‌ ଅଧିକ ରହିବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବ‌ର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୫ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ କ୍ୟାଲେଣ୍ଡର ଜାରି ହୋଇଛି। ଜୁନ୍‌ ୨୦ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗ୍ରାଣ୍ଟ ପ୍ରଦାନ କରାଯିବ ଏବଂ ଜୁଲାଇ ୧୫ ସୁଦ୍ଧା ବିଶ୍ବବିଦ୍ୟାଳୟ ଓ ବୋର୍ଡ ଦ୍ବାରା ଅନୁବନ୍ଧିତ ହେବେ। ଅଗଷ୍ଟ ୩୧ ସୁଦ୍ଧା ପ୍ରଥମ ରାଉଣ୍ଡ କାଉନସେଲିଂ ଶେଷ ହେବା ସହ ନାମଲେଖା ଲାଗି ସିଟ୍‌ ଆଲଟ୍‌ମେଣ୍ଟ ହେବ। 

ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି।

ଉତ୍ତର ପ୍ରଦେଶର ଇଟାୱାସ୍ଥିତ ଲାୟନ ସଫାରୀରେ ୨ଟି ମାଈ ସିଂହ (ସିଂହି) କରୋନା ସଂକ୍ରମିତ ହୋଇଛନ୍ତି ।

ଡେଲେଙ୍ଗାନାରେ ଡ୍ରୋନ ସାହାଯ୍ୟରେ ଟିକା ବିତରଣ କରାଯିବ ।  ପରୀକ୍ଷାମୂଳକ ଭାବେ ଡ୍ରୋନ୍ ମାଧ୍ୟମରେ ଏହି ଟିକା ବିତରଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି ଯେ ଏହା ମାନବବିହୀନ ବିମାନ ସିଷ୍ଟମ (UAS) ନିୟମ -୨୦୨୧ ଅଧୀନରେ ତେଲେଙ୍ଗାନା ସରକାରଙ୍କୁ ସର୍ତ୍ତମୂଳକ ରିହାତି ଦିଆଯାଇଛି । ଏହି ଆରାମ ଅଧୀନରେ ଡ୍ରୋନ୍ ଗୁଡିକ ପରୀକ୍ଷାମୂଳକ ଭାବରେ ଟିକାକୁ ଭିଜିବିଲିଟି ସୀମା ମଧ୍ୟରେ ପହଞ୍ଚାଇବା ପାଇଁ ବ୍ୟବହୃତ ହେବ ।

ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ । ଶନିବାର ସକାଳେ ଜାହାଜରେ ନିଆଁ ଲାଗିଯାଇଥିଲା । କିନ୍ତୁ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି ।

ଭାରତକୁ ସହଯୋଗ ଲାଗି ଉତ୍ତର ଆୟରଲ୍ୟାଣ୍ଡର ବେଲଫାଷ୍ଟରୁ ୩ଟି ଅକ୍ସିଜେନ ଜେନେରେଟର ଓ ୧୦୦ ଭେଣ୍ଟିଲେଟର ସହିତ ବିଶ୍ୱର ସବୁଠାରୁ ବଡ଼ କାର୍ଗୋ ବିମାନ ଭାରତ ଅଭିମୁଖେ ବାହାରିଛି । ଯାହାକି ବିଶ୍ୱର ସବୁଠାରୁ ବଡ଼ ଜାହାଜରେ ମେଡିକାଲ ସାମଗ୍ରୀ ଭାରତକୁ ଆସୁଛି । ବିଟ୍ରିଶ୍‌ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରବିବାର ଦିନ ସକାଳ ୮ଟା ସମୟରେ ଏହି ବିମାନଟି ଭାରତରେ ପହଞ୍ଚିବ ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୫ କୋଟି ୭୫ ଲକ୍ଷ ୨୩ ହଜାର ୩୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୮୩ ହଜାର ୧୭୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୫୬ ଲକ୍ଷ ୨୦ ହଜାର ୬୮୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୬ ଲକ୍ଷ ୧୯ ହଜାର ୧୬୯ ଜଣ ଲୋକ ସକ୍ରିୟ ଅଛନ୍ତି

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍‌ ଉତ୍ପାଦିତ କୋଭିଡ୍‌-୧୯ ନିରୋଧୀ ଟିକା ‘ସାଇନୋଫାର୍ମ’କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମୋଦନ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି ପାଇବାରେ ଏହା ହେଉଛି ଚୀନ୍‌ର ପ୍ରଥମ କୋଭିଡ୍‌-୧୯ ଟିକା ।

ଅଗଷ୍ଟ ସୁଦ୍ଧା ବ୍ରିଟେନ୍‌ରେ ଆଉ ନୂତନ ପ୍ରଜାତିର କରୋନାଭାଇରସ୍‌ ସଂକ୍ରମଣ‌ ହେବ ନାହିଁ : ବ୍ରିଟେନ୍‌ ର ‘ଭ୍ୟାକ୍ସିନ୍‌ ଟାସ୍କ୍‌ ଫୋର୍ସ’ ମୁଖ୍ୟ କ୍ଲାଇଭ୍‌ ଡିକ୍ସ୍‌ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ....

Sat May 8 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୬୧୩ ଜଣସଂକ୍ରମି କ୍ୱାରେଣ୍ଟାଇନରେ ଥିଲାବେଳେ, ଅନ୍ୟ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା । ଏଥିସହ ରାଜ୍ୟରେ ଆଉ ୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରୁ ୧୯୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦ ଜଣ ଚିହ୍ନଟ ହୋଇଛନ୍ତି। […]

You May Like

Pin It on Pinterest