
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଂକ୍ରମଣ ଚିହ୍ନଟରେ ରାଜ୍ୟରେ ଆଜିବି ଖୋର୍ଦ୍ଧା ଜିଲ୍ଲା ଆଗରେ |ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ସଂକ୍ରମିତ ସାରା ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ,ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ ।ରାଜ୍ୟର ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨୧୯ ଜଣ ଓ ୪୮୮୯ଟି ହେଉଛି ସ୍ଥାନୀୟ ବାସିନ୍ଦା । ଏଥିସହ ସରକାରୀ ସୂଚନା ମୁତାବକ ରାଜ୍ୟରେ ଗତ ୨୪ ଘଂଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲା ପଛକୁ ରହିଛି, ଯଥାକ୍ରମେ କଟକ ୯୪୪, ଅନୁଗୋଳ ୮୬୪, ସୁନ୍ଦରଗଡ଼ ୭୦୮ , ମୟୂରଭଞ୍ଜ ୬୩୫ ଓ ବାଲେଶ୍ୱର ଜିଲ୍ଲା ୫୦୯,ପୁରୀରୁ ୪୭୩, ବରଗଡ଼ ଜିଲ୍ଲାରୁ ୩୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୪୮୯, ସମ୍ବଲପୁରରୁ ୩୮୪,ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ନୂଆପଡ଼ାରୁ ୧୧୪, ରାୟଗଡ଼ାରୁ ୨୦୯, ଓ ସୋନପୁରରୁ ୧୮୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଷ୍ଟେଟ୍ ପୁଲ୍ରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।



