
ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଆସନ୍ତାକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ, ବାତ୍ୟା ‘ୟାସ୍’ କରିଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଆସିବେ।ଏହା ପରେ ସେ ପଶ୍ଚିମବଂଗର କ୍ଷୟକ୍ଷତି ଏରିଆ ଆକାଶ ମାର୍ଗରୁ ବୁଲି ଦେଖିବେ |ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିବେ ଏବଂ ତା’ପରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ। ଏହା ପରେ ଦୁଇ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ ପୂର୍ବରୁ ପଶ୍ଚିବମଙ୍ଗ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।କଲି ଓଡିଶା ଗସ୍ତ ପରେ ଶ୍ରୀ ମୋଦି,ଆକାଶ ମାର୍ଗରୁ ଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ବୁଲି ଦେଖିବେ। ଏହା ପରେ ସେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି |