
ଜଗସିଂପୁର(ବାସ୍ତବକଥା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କୂଳସାମନ୍ତରାୟ,ଉକୁସହି ଗ୍ରାମର ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ ୧୮ଶ ତମ ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିବସରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ହୋଇଥିଲା।ମହାଯଜ୍ଞର ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦୁଇ ଗ୍ରାମର ସମସ୍ତ ଗ୍ରାମବାସୀ ଦ୍ୱାରା ଘଣ୍ଟା,ଘଣ୍ଟ ମୃଦଙ୍ଗ ବାଦନ ଏବଂ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ ଏବଂ ପଣ୍ଡିତଙ୍କ ବେଦଧ୍ଵନରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।ଏହି ମହାଯଜ୍ଞରେ ବିଶିଷ୍ଟ ଶିକ୍ଷାବିତ୍ ସ୍ବଃ ବଟକୃଷ୍ଣ ଲେଙ୍କା ଓ ଶିକ୍ଷାବିତ୍ ସ୍ବଃ ଯୋଗେନ୍ଦ୍ର ନାଥ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ସୋମନାଥ ସରସ୍ଵତୀ ସେବା ପ୍ରତିଷ୍ଠାନ ପକ୍ଷରୁ ଗୁରୁ ପୂଜନର ଆୟୋଜନ କରାଯାଇଥିଲା।
ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସାଧୁସନ୍ଥ,ବ୍ରାହ୍ମଣ ସମାଜ,ବରିଷ୍ଠ ଶିକ୍ଷାବିତ୍, ସାମ୍ବାଦିକ,ବରିଷ୍ଠ ନାଗରିକ,ଏବଂ ସୁଗୃହିଣୀଙ୍କ ସହିତ ଗ୍ରାମର ଗ୍ରାମବାସୀମାନେ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବାବାଜୀ ଚରଣ ଦାସ ପରିଚାଳନା କରିଥିଲେ।ସ୍ମୃତି ସଭାରେ ସ୍ବଃ ବଟକୃଷ୍ଣ ଲେଙ୍କା ପୁଅ ଶ୍ରୀ ବିକାଶ ଚନ୍ଦ୍ର ଲେଙ୍କା ପୁତ୍ରବଧୁ ଶ୍ରୀମତୀ କଳ୍ପନା ଲେଙ୍କା ଓ ସ୍ବଃ ଯୋଗେନ୍ଦ୍ର ନାଥ ଜେନାଙ୍କ ପୁତ୍ରବଧୁ ଶ୍ରୀମତୀ ଧରିତ୍ରୀ ଜେନା ଉପସ୍ଥିତ ରହି ଆମନ୍ତ୍ରିତ ଗୁରୁମାନଙ୍କର ପୂଜନ କାର୍ଯ୍ୟ କରିଥିଲେ।
ଅନୁଷ୍ଠାନର ସଭାପତି ଶ୍ରୀ ଉମେଶ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଶ୍ରୀ ବଳରାମ ସୂତାର, ଶ୍ରୀ ଧନୁର୍ଦ୍ଧର ରାଉତ, ଶ୍ରୀ ସମିର କୁମାର ସ୍ୱାଇଁ, ଶ୍ରୀ ଅମୂଲ୍ୟ କୁମାର ରାଉତ, ଶ୍ରୀ ଭାଗ୍ୟଧର ଲେଙ୍କା, ଶ୍ରୀ ମାଗୁଣି ଚରଣ ବାରିକ, ଶ୍ରୀ ବାବୁ ଲେଙ୍କା, ଶ୍ରୀ କାଳନ୍ଦୀ ଚରଣ ସୂତାର, ଶ୍ରୀ ନିରଞ୍ଜନ ଦାସ, ଶ୍ରୀ ଜଗବନ୍ଧୁ ରାଉତ, ଶ୍ରୀ ନନ୍ଦ କିଶୋର ସ୍ବାଇଁ, ଶ୍ରୀ ବାବିନା ପରିଡା, ଶ୍ରୀ ବିଚିତ୍ରାନନ୍ଦ ପରିଡା, ଶ୍ରୀ ବିଶ୍ବନାଥ ନାୟକ, ଶ୍ରୀ ବାବୁଲି ଓଝା ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ଉମାକାନ୍ତ ଜେନା ସହିତ ଦୁଇ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।ଏହି ମହତ ସେବାକୁ ଅଞ୍ଚଳ ବାସିନ୍ଦାମାନେ ଖୁବ୍ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଆସିଥିବା ସାଧୁସନ୍ଥ ଓ ଶିକ୍ଷାବିତ୍ ମାନେ ତାଙ୍କ ଅଭିଭାଷଣରେ ଏହି କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିବା ସହ ଏହି ଭଳି କାର୍ଯ୍ୟ ଆଗାମୀ ଯୁବ ସମାଜ ଲାଗି ଏକ ସୁନ୍ଦର ବାର୍ତ୍ତା ହେବ ଏବଂ ଏହା ନୂତନ ସମାଜ ଗଠନରେ ଏକ ନୂଆ ଯୁଗର ସୃଷ୍ଟି ହୋଇପାରିବ।



