ବାସ୍ତବବ୍ୟୁରୋ:ନି.ପ୍ର (ମାହାଙ୍ଗା)ଜଜବା ର ନିଆରା ପ୍ରୟାସ । ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇଛି ଜଜବା । ବଣ୍ଟନ ହେଲା ମାସ,ସନିତାଇଜର ଓ ଖାଦ୍ୟ ପୁଡିଆ ଓ ଶୁଖିଲା ରାସନ୍ । କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଭିନ୍ନକ୍ଷମ ମାନେ ବି କରୋନା ରେ ବହୁ ଅସୁବିଧା ରେ ଜୀବନ କାଟୁଛନ୍ତି । ଏହି ସମୟରେ ଏମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ ।

ଏ ନେଇ ରାଜ୍ୟର ଭୁବନେଶ୍ୱର,କଟକ,ସାଲେପୁର, ନିଶ୍ଚିନ୍ତକୋଇଲି,ଖୋର୍ଦ୍ଧା,ଜଟଣୀ ,ନିଆଳି,କଟକ ସଦର ର ବିଭିନ୍ନ ସ୍ଥାନରେ ଜଜବା ଅନୁଷ୍ଠାନ ର ଅଧ୍ୟକ୍ଷ ସଫଦର ହାଶୀମ ଙ୍କ ନେତୃତ୍ୱରେ ରହୁଥିବା ଅସହାୟ ଗରିବ ଲୋକ,ବସ୍ତି ବାସିନ୍ଦା,କଳାକାର,ବ୍ରାହ୍ମଣ , ମୌଲାନା ଓ ଭିନ୍ନକ୍ଷମ ଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ସହାୟତା କରାଯାଇଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମଧୁମିତା ସାମଲ, ସିଦ୍ଧାର୍ଥ ଦାସ,କମେଡିଆନ ସ୍ମୃତି (ନଟିଆ ) ଯୋଗ ଦେଇ ଭିନ୍ନକ୍ଷମ ପିଲା ମାନଙ୍କୁ Covid 19 ନିୟମ ଅନୁସାରେ ବଣ୍ଟନ କରାଯାଇଛି ।କାର୍ଯକ୍ରମ ରେ ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ । ଆଗକୁ ଏଭଳି କାର୍ଯକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷ ରୁ ସୂଚନା ଦିଆଯାଇଛି ।



