ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ…

ସୋନପୁର(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବମନ୍ଦିରେ ବଲାଡିଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ ଏହି ସଭାର ଲକ୍ଷ ଏବଂ ଉଦେଶ୍ୟ।ଜାତି ଭିତ୍ତିକ ସଂରକ୍ଷଣ ବନ୍ଦକରି ଅର୍ଥନୈତିକ ଦୁର୍ବଳତା ପରିବାର କୁ ସଂରକ୍ଷଣ ଦିଆଯାଉ ଏବଂ ବ୍ରାହ୍ମଣ ସମାଜ ର ଉନ୍ନତି ସହ ଅନ୍ୟ ସମାଜ ର ଉନ୍ନତି ହେବା ନେଇ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।

ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସିଦ୍ଧେଶ୍ୱର ପାଣିଗ୍ରାହୀ, ବଲାଙ୍ଗୀର, ରାଜ୍ୟ ଆଞ୍ଚଳିକ ସଭାପତି ଏବଂ ଅଖିଳ ଓଡିଶା ବ୍ରାହ୍ମଣ ମହାସଭା, ଭୁବନେଶ୍ୱର ଏବଂ ସଦସ୍ୟ ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନ, ହରିଦ୍ୱାର ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥି,ସଭାପତି ଉଲୁଣ୍ଡା ବ୍ଲକ ବ୍ରାହ୍ମଣ ସଭା,ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା,ସଂଗଠକ ବିନିକା ବ୍ଲକ ବ୍ରାହ୍ମଣ ସଭା,ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମିଶ୍ର ସଂଗଠକ, ସୋନପୁର ସହର ବ୍ରାହ୍ମଣ ସଭା,ବୈକୁଣ୍ଠ ଶତପଥି ସମାଜ ସେବୀ,ଆଦି କନ୍ଦ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ.ସର୍ବସମତି କ୍ରମେ ଆଦିତ୍ୟ ପ୍ରସାଦ ମିଶ୍ର ସଭାପତି, ସୂର୍ଯ୍ୟନାରାୟଣ ପାଢ଼ୀ କାର୍ଯ୍ୟକାରୀ ସଭାପତି, ଗିରିଶ ଚନ୍ଦ୍ର ମିଶ୍ର ଉପସଭାପତି, ରମେଶ ମିଶ୍ର ସଂପାଦକ, ବଳରାମ ଦାସ ସହ ସମ୍ପାଦକ, ଅନ୍ତର୍ଜାମୀ ମିଶ୍ର କୋଷଧକ୍ଷ୍ୟ,ଗିରିଶ ଚଦ୍ର ମିଶ୍ର ସହ କୋଷାଧକ୍ଷ ଚୟନ କରାଗଲା .ବିଶେଶ୍ୱର ପାଣିଗ୍ରାହୀ, ଜ଼ିଲ୍ଲା ସଂଯୋଜକ,ଉପେନ୍ଦ୍ର ବେଜ,, ରଞ୍ଜନ ହୋତା,ରମେଶ ମିଶ୍ର ,ରାଜୀବ ଲୋଚନ ପଣ୍ଡା, ହରିଶଙ୍କର ମିଶ୍ର,ଚାମୁରୁଲାଲ ମିଶ୍ର, ଆନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

ଜପେନ୍ଦ୍ର ବେଜ ମଞ୍ଚ ପରିଚାଳନା କରିଥିଲେ।ସୋନପୁର ବ୍ଲକର୧୬ ଟି ପଞ୍ଚାୟତ ରୁ୫୦୦ ରୁ ଉର୍ଦ୍ଧ ବ୍ରାହ୍ମଣ ଦେବତା ଯୋଗଦେଇଥିଲେ ।

ସେୟାର କରନ୍ତୁ

You May Like

Pin It on Pinterest