ବାସ୍ତବ ବ୍ୟୁରୋ: ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ଓଡ଼ିଶା ସୀମାରେ ପ୍ରବେଶ କରିଛି । ଆଜି(ବୁଧବାର) ସକାଳୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି। ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର […]
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ୪୦୦ ଦିନ ବାକି ଅଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକର ଦ୍ୱିତୀୟ ଦିନରେ […]
ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]
ବାସ୍ତବ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି। ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ସେ ଲେଖିଛନ୍ତି। […]
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର । ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା […]
ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ […]
ବାସ୍ତବ ବ୍ୟୁରୋ: ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନରେ ଓଡ଼ିଶାରେ ପୁଣି କୋଭିଡ ଟିକା କୋଭିସୀଲଡ଼ ଉପଲବ୍ଧ ହେବ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ । ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ […]
ସଂଜୟ ଶତପଥୀ(କଟକ): ଆଜି ନେତାଜୀ ସେବା ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରାଷ୍ଟ୍ରୀୟତା ଭବନ ପରିସରରେ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା କଟକର ବରପୁତ୍ର, ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ଆୟୋଜନର ପ୍ରାକ୍-ପ୍ରସ୍ତୁତି ବୈଠକ ସଂଘର ସଭାପତି ଶ୍ରୀ ବୀରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ସହରର ବହୁ ସୁଭାଷ ପ୍ରେମୀ ଯୋଗଦେଇ […]
ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍’ବନି ଗେବ୍ରିଏଲ୍ ‘ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍ସ୍ସ୍ଥିତ ‘ଆର୍ଣ୍ଣେଷ୍ଟ୍ ଏନ୍. ମୋରିଆଲ୍ କନ୍ଭେନ୍ସନ୍ ହଲ୍’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍ ପ୍ରଥମ ଓ ଡୋମିନିକା ରିପବ୍ଳିକ୍ର ଆଣ୍ଡେରିନା ମାର୍ଟିନେଜ୍ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]
ସଂଜୟଶତପଥୀ(କଟକ): କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ର ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି(ଶୁକ୍ରବାର) ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା […]


