ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୩/୦୩/୨୦୨୩।:-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମପଞ୍ଚାୟତ ତଳବନ୍ଧରେ ଦ୍ୱିତୀୟ ବର୍ଷିକ ମହାବୀର ଭଲିବଲ ଟୁର୍ଣ୍ଣାମେଟ ଉଦଯାପିତ ହୋଇ ଯାଇଛି । ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ଶିକ୍ଷକ ସାଧୁ ଚରଣ ନାୟକ ଉଦଘାଟନ କରିଥିଲେ । ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଠଟି ଦଳ ମଧ୍ୟରେ […]

ପ୍ରମୋଦ ନାୟକ(ଭୁବନେଶ୍ବର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ।ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର […]

ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଶୁକ୍ରବାର ଅପରାହ୍ନ ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲାକୁ […]

ପ୍ରମୋଦନାୟକ(ଭୁବନେଶ୍ବର): ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସଭାପତି ଭାବେ ନିଯୁକ୍ତ ହେବା ପରେ ମନମୋହନ ସାମଲ କହିଛନ୍ତି,  ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼ିବ ବିଜେପି। ଓଡ଼ିଶାରେ […]

ବାସ୍ତବ ବ୍ୟୁରୋ: କ୍ରିକେଟ୍ ର ରୋମାଞ୍ଚ ଏବଂ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଖୁବ ଶୀଘ୍ର ପାର୍ବତ୍ୟ ଉପତ୍ୟକାର ସମତଳ ଉପରୁ ଉପରକୁ ଉଠିଥିବାର ଦେଖାଯିବ, କାରଣ ତୁଷାରପାତ ସମତଳ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ହିମାଚଳ ପ୍ରଦେଶର ଲାହଲ୍ ସ୍ପିତିର ସିସୁ ଠାରେ ସମୁଦ୍ର ପତ୍ତନଠାରୁ ୧୦୧୩୫ ଫୁଟ ଉଚ୍ଚରେ ନିର୍ମାଣ ହେବ । ଏହି […]

ବାସ୍ତବ ବ୍ୟୁରୋ: ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବରରେ ପହଞ୍ଚିଲା ପରେ ମମତା ବାନାର୍ଜୀଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଜଣାଇଥିଲେ। ବିମାନବନ୍ଦରରୁ ମମତା ବାନାର୍ଜୀ ସିଧାସଳଖ ସଡ଼କପଥରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ସେ ଆଜି ଓ ଆସନ୍ତାକାଲି ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ଅପରାହ୍‌ଣ ସାଢ଼େ ୪ଟାରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ବାସ୍ତବ ବ୍ୟୁରୋ: ଇଣ୍ଟେରନେଶନାଲ ଡେ ଅଫ ହାପିନେସ୍ ଅବସରରେ ବାର୍ଷିକ ୱାଲର୍ଡ ହାପିନେସ୍ ରିପୋର୍ଟ ପ୍ରକାଶ ପାଇଛି। ୧୩୭ ଦେଶ ତାଲିକାରେ ଭାରତ ୧୨୫ ତମ ସ୍ଥାନରେ ରହିଛି । ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ (୧୦୮), ମିଆଁମାର (୭୨), ନେପାଳ (୭୮), ବାଂଲାଦେଶ (୧୦୨) ଏବଂ ଚୀନ୍ (୬୪) ରହିଛନ୍ତି। ଏହି ରିପୋର୍ଟରେ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି। କ୍ରମାଗତ […]

ବାସ୍ତବ ବ୍ୟୁରୋ: ଆଜି ଭୋର ସମୟରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା। ବର୍ଷା ଓ ଝଡ଼ର ପ୍ରଭାବରେ କେତେକ ସ୍ଥାନରେ ଗଛ ଓ ହୋର୍ଡିଂ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଛି। ଏହି କାରଣରୁ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ […]

ବାସ୍ତବବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ସୌରୀନ୍ଦ୍ରଙ୍କର ସେଠାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଦୂରସଞ୍ଚାର […]

Pin It on Pinterest