ବାସ୍ତବ ବ୍ୟୁରୋ: ଝାଡ଼ଖଣ୍ଡର ପାଲାମୁର ଏକୁ ବଜାରରେ ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ସୂଚନାନୁଯାୟୀ, ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ । ତୋରଣଟି ମସଜିଦ ଛକଠାରୁ ୨୦୦ […]
ସଂଜୟ ଶତପଥୀ(କଟକ):ଆଜି ଫେବୃୟାରୀ ୧୪ ତାରିଖରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଅଧୂକାଂଶ ଯୁବପିଢି “ପ୍ରେମ ଦିବସ” ବା ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କଟକ ସହରର ଖ୍ୟାତନାମା ବଜାର ଉପରତେଲେଙ୍ଗା ବଜାର ରେ ବିଗତ ୪ ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ପୁଲ୍ଓ୍ବାମା ରେ ସହିଦ୍ ହୋଇଥୂବା ଭାରତର ବୀର ଜବାନ୍ ମାନଙ୍କ ଉଦ୍ଦେଶ୍ୟରେ ବଜାରର ଯୁବକମାନଙ୍କ ଦ୍ୱାରା “ବଳିଦାନ” ଦିବସ ପାଳନ ଅବସରରେ ଦିବଂଗତ ବୀର […]
ବାସ୍ତବ ବ୍ୟୁରୋ: ଫେବୃଆରୀ ୬ ରେ ତୁର୍କୀ ଓ ସିରିୟା ରେ ହୋଇଥିବା ଭୂକମ୍ପକୁ ସପ୍ତାହେ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଇ ଦେଶରେ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ଗୁଣା ହେବ ବୋଲି ଜାତିସଂଘ ଆକଳନ କରିଛନ୍ତି। ଅନେକ ଲୋକ ଘର ହରାଇ ଏବେ ରାସ୍ତା କଡ଼କୁ ଚାଲି ଆସିଛନ୍ତି। ବଞ୍ଚିଯାଇଥିବା […]
ପ୍ରମୋଦ ନାୟକ(ଭୁବନେଶ୍ବର):ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜୟ ପଟ୍ଟନାୟକ। ଏହାପରେ କଂଗ୍ରେସ ରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ। ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହା ସହିତ ଓଡ଼ିଶାର […]
ବାସ୍ତବବ୍ୟୁରୋ(ନୟାଗଡ଼): ୧୨ /୦୨-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବିପୁଳ ଉତ୍ସାହର ସହିତ ଉଦ୍ଯଯାପିତ ହୋଇ ଯାଇଛି। ମହାନାୟକ ମହେନ୍ଦ୍ର ସ୍ଵାଇଁ ସ୍ମୃତି ପରିଷଦ ଏବଂ ଖଣ୍ଡପଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଦେଶର ସର୍ବବୃହତ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ […]
ବାସ୍ତବ ବ୍ୟୁରୋ: ବଦଳିଲେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ । ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ନିଯୁକ୍ତି କରିବାରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେବେ ବୋଲି ଆଜି ରାଷ୍ଟ୍ରପତିଙ୍କ ସଚିବାଳୟ ଜାରି […]
ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା । ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ […]
ବାସ୍ତବ ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ସେମାନଙ୍କ […]
ବାସ୍ତବ ବ୍ୟୁରୋ: ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ କ୍ରମାଗତ ତୁଷାରପାତ ହେଉଛି। ଏହି କାରଣରୁ ଚାରୋଟି ଜାତୀୟ ରାଜପଥ ସମେତ ୧୭୬ ଟି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୦ ବିଦ୍ୟୁତ୍ ଏବଂ ୧୦ ଟି ଜଳ ଯୋଗାଣ କାରଖାନା ଅଟକି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାହାଡ ଏବଂ ସମତଳର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ଏବଂ ବଜ୍ରପାତ ପାଇଁ […]


