ବାସ୍ତବ ବ୍ୟୁରୋ:ଆଜି ବଜେଟ୍ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ମୋବାଇଲ୍ ଫୋନ୍ କିଣିବା ଶସ୍ତା ହୋଇପାରେ, କିନ୍ତୁ ସୁନା ଓ ରୂପା କିଣିବା ମହଙ୍ଗା ହୋଇପାରେ । କାରଣ ମୋବାଇଲ୍ ଫୋନ ଉପରେ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାବେଳେ ସୁନା ଓ ରୂପା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୩୧/୦୧/୨୦୨୩-ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ପଚାୟତ ଦାସସାହିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୩ ବଖରା ଘର ସହ ଦୁଇଟି ଗୁହାଳ ପୋଡ଼ି ପାଇଁଶ ହୋଇଯାଇଥିବା ବେଳେ ଅନ୍ୟ ବଖରାକୁ ଅଗ୍ନିଶମ ବିଭାଗ ଓ ଗାଁ ଲୋକେ ମିଳିତ ସହଯୋଗରେ ପଣିପକାଇ ବଞ୍ଚିତ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବିଭାଗର ଗାଡ଼ି ପହଁଚିବା ପୂର୍ବରୁ ୩ ବଖରା ଘର ସହ ଦୁଇଟି ଗୁହାଳ ସମ୍ପର୍ଣ୍ଣ ଭାବେ […]
ବାସ୍ତବ ବ୍ୟୁରୋ: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସୀତାରମଣ ଏହାକୁ ଉପସ୍ଥାପନ କରି ସୂଚନା ଦେଇ କହିଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି […]
ବାସ୍ତବ ବ୍ୟୁରୋ:ପାକିସ୍ତାନର ପେଶୱାର ସହରର ପୋଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହାକୁ ଏକ ଫିଦାଇନ୍ ଆକ୍ରମଣ ବୋଲି କୁହାଯାଉଛି । ପାକିସ୍ତାନର ଏକ ନ୍ୟୁଜ ଅନୁଯାୟୀ, ଏପର୍ଯ୍ୟନ୍ତ ୩୨ ଜଣ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୮ ଜଣ ଆହତ ହୋଇଥିବା ଖବର ରହିଛି। ଏଥିମଧ୍ୟରୁ ୬୬ ର ଅବସ୍ଥା ଗୁରୁତର ।ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି […]
ବାସ୍ତବ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା […]
ପ୍ରମୋଦନାୟକ(ଭୁବନେଶ୍ବର): ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି। ଏପଟେ ଆପୋଲୋ […]
ବାସ୍ତବ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ରେ ଗୁରୁତର। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି […]
ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]
ବାସ୍ତବ ବ୍ୟୁରୋ: ଆଜି (ଶନିବାର) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରିଛନ୍ତି। ପ୍ରତିବର୍ଷ ବସନ୍ତ ଋତୁରେ ଏହା ସାଧାରଣ ଜନତାଙ୍କ ପାଇଁ […]
ବାସ୍ତବ ବ୍ୟୁରୋ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ହୁସେନ ରବି ଗାନ୍ଧୀ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର […]


