ତ୍ରିନାଥ ବାରିକ(ସତ୍ଯବାଦୀ): ଗତ କାଲି ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଆଜି ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ ଘଟଣାରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ । ତାଙ୍କ ଘର ପୁରୀ ଜିଲ୍ଲା ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିର ବୋଲି ଜଣାପଡ଼ିଛି । ସହିଦ ଯବାନ ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ […]
ବାସ୍ତବ ବ୍ୟୁରୋ: ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖି ଜଣାଇଛନ୍ତି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜିଲ୍ଲାକୁ ଆସିବେ। ତେବେ ତାଙ୍କର ଏହି ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ ବିଷୟରେ ସୂଚନା […]
ବାସ୍ତବ ବ୍ୟୁରୋ: ୟେମେନ୍ର ରାଜଧାନୀ ସନାରେ ଏକ ଦୁଃଖଦାୟକ ଘଟଣା ସାମ୍ନା କୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଯୁଦ୍ଧ-ବିକ୍ଷତ ୟେମେନ୍ରେ ଏକ ଖୈରାତ୍ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ଅନ୍ୟୂନ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୨୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ହୌଥୀ ଅଧିକାରୀମାନେ କହିଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହୌଥୀର ଜଣେ ନିରାପତ୍ତା ଅଧିକାରୀ […]
ବାସ୍ତବ ବ୍ୟୁରୋ: ଆସନ୍ତାକାଲିଠାରୁ ଓଡ଼ିଶାର ସବୁ ସ୍କୁଲ ଛୁଟି । ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି […]
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):କେନ୍ଦ୍ରାପଡା ଜିଲ୍ଲା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସଂଘ ର ପ୍ରଥମ ସଂକଳ୍ପ ଦିବସ ଗତ ରବିବାର ଗୌରୀଶଙ୍କ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସବୁ ବ୍ଲକ ର ଅନେକ ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ରଖିଥିଲେ।ଆଗାମୀ ଦିନରେ ଏହି କାର୍ଯକ୍ରମ କୁ ଆହୁରି ବ୍ୟାପକ କରାଯିବ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ ।ପ୍ରତି ବ୍ଲକ […]
ବାସ୍ତବ ବ୍ୟୁରୋ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର (ୟୁଏନ୍ଏଫ୍ପିଏ) ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍ଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ଦେଶ । ‘୮ ବିଲିୟନ୍ ଲାଇଭ୍ସ୍, ଇନ୍ଫିନାଇଟ୍ ପସିବିଲିଟିଜ୍’: ଦି କେସ୍ ଫର୍ ରାଇଟ୍ସ୍ ଆଣ୍ଡ୍ ଚଏସେସ୍’ ନାମରେ ବୁଧବାର ଦିନ ରିଲିଜ୍ ହୋଇଥିବା ‘ୟୁଏନ୍ଏଫ୍ପିଏ’ର ‘ଦି ଷ୍ଟେଟ୍ […]
ବାସ୍ତବ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି(ଗୁରୁବାର) ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହାଛଡ଼ା […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୦୦୦ ଅଧିକ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୦୦୦ ନିକଟବର୍ତ୍ତୀ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ଗୁରୁବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୫୮ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୫୮ […]
ବାସ୍ତବ ବ୍ୟୁରୋ: ରାଜସ୍ଥାନ ଭରତପୁରର ନଦବାଇ ଅଞ୍ଚଳରେ ମହାରାଜା ସୁରଜମଲ ଓ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ସୃଷ୍ଟି ହୋଇଛିଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଟେକାପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ହିଂସାକାଣ୍ଡ ସମୟରେ ଟେକାମାଡ଼ ଯୋଗୁ ବହୁ ପୁଲିସ୍ଙ୍କ ସମେତ ସାଧାରଣ ଲୋକେ ବି ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ […]
ବାସ୍ତବ ବ୍ୟୁରୋ: ଭାରତର ସର୍ବ ପୁରାତନ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଆଜି (ବୁଧବାର) ଅର୍ଥାତ ଏପ୍ରିଲ୍ ୧୨ରେ ପରଲୋକ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେଶବ ମହିନ୍ଦ୍ରା ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଥିଲେ । ୨୦୧୨ରେ ସେ ଏହି ପଦ ଛାଡିଥିଲେ। ୧୯୪୭ ମସିହାରେ ପେନସିଲଭାନିଆ […]


