ପ୍ରତାପରୁଦ୍ର(ପୁରୀ): ଗତକାଲି ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ରାତି ସାଢ଼େ ୮ଟାରେ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ […]
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ସକାଳେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ତାଙ୍କ ପୋଷ୍ଟମର୍ଟମ ଦିଲ୍ଲୀର ଡିନ୍ ଡାୟାଲ୍ ହସ୍ପିଟାଲରେ କରାଯିବ। ବର୍ତ୍ତମାନ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ମୁମ୍ବାଇକୁ ନିଆଯିବ। ସେ ଏକାଧାରରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଆସିଛି ଫଗୁଣ ,ତା ସହ ଆସିଛି ରଙ୍ଗର ପର୍ବ ହୋଲି।ଆଉ ସେହି ହୋଲି ରଙ୍ଗରେ ରଙ୍ଗିନ ହେବାକୁ ଧରାବତରଣ କରିଛନ୍ତି ରାଧାକୃଷ୍ଣ । ହୋଲି ଖେଳିବା ପାଇଁ ମେଳଣ ପଡିଆରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ । ଚାନ୍ଦବାଲି ବ୍ଲକର ମତୋ ମେଳଣ ହେଉଛି ଐତିହାସିକ ଦେଶ ମେଳଣ ।୧୮୦୧ ମସିହାରୁ କନିକା ରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଳଣ ଏବେ ଦୁଇଶହ ବାଇଶି […]
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜଧାନୀରେ ହୋଲି ପାଇଁ ସଜାଗ କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ରଖିବ ତିଖ୍ନ ନଜର। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି କି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ […]
ବାସ୍ତବ ବ୍ୟୁରୋ: NTA NEET UG ପରୀକ୍ଷା ଫର୍ମ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୬, ୨୦୨୩ ରୁ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଫର୍ମ ଆରମ୍ଭ ହୋଇ ୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ NTA ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (NEET-UG) 2023 ପାଇଁ ଆବେଦନ ଫି ବୃଦ୍ଧି କରିଛି। ଆସନ୍ତୁ ଜାଣିବା କେଉଁ ବର୍ଗ ପାଇଁ […]
ବାସ୍ତବ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଲେଣ- ଦେଣ ଗତ ୧ ବର୍ଷରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦୈନିକ କାରବାର ମଧ୍ୟ ୩୬ କୋଟି ଅତିକ୍ରମ କରିଛି, ଯାହା ଫେବୃଆରୀ ୨୦୨୨ ରେ ୨୪ କୋଟିରୁ ୫୦% ବୃଦ୍ଧି ପାଇଛି । ମୂଲ୍ୟ ଦୃଷ୍ଟିରୁ, ଏହି କାରବାରଗୁଡ଼ିକର ଟ୍ରାଞ୍ଜାକ୍ସନ ୬.୨୭ […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):୦୬/୦୩/୦୨୩-ଭଞ୍ଜନଗର କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ […]
ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି। […]
ବାସ୍ତବ ବ୍ୟୁରୋ: ମାଣିକ ସାହା ଦ୍ୱିତୀୟ ଥର ପାଇଁ ତ୍ରିପୁରାର ସିଏମ୍ ହେବେ। ସୋମବାର ବିଜେପି ବିଧାନସଭା ପାର୍ଟି ବୈଠକରେ ସାହା ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି। ସନ୍ଧ୍ୟାରେ ସାହା ରାଜ ଭବନରେ ପହଞ୍ଚି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପିର ଜଣେ ମୁଖପାତ୍ର ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ଚୟନକୁ ଦଳର ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ […]
ବାସ୍ତବ ବ୍ୟୁରୋ : ସୋମବାର ଦିନ ବିଧବା ମାଆମାନେ ବୃନ୍ଦାବନରେ ଥିବା ଗୋପୀନାଥ ମନ୍ଦିରରେ ଫୁଲ ଏବଂ ଅଭିର ସହିତ ହୋଲି ଖେଳିଲେ। ଏଥିରେ ଅଂଶଗ୍ରହଣ କରିବାକୁ ଏକ ହଜାରରୁ ଅଧିକ ଦେଶୀ ତଥା ବିଦେଶୀ ମହିଳା ମଧ୍ୟ ପହଞ୍ଚିଥିଲେ। ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି – ଚମତ୍କାର, ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖି, ପ୍ରଥମ ଥର ପାଇଁ ଏପରି ଆନନ୍ଦ ଅନୁଭବ କରୁଛୁ । ଗୋପୀନାଥ ମନ୍ଦିରର […]


