ଜୟନ୍ତ ଶତପଥୀ(ଡେରାବିଶ): କ୍ଷୀରେଶ୍ୱର ୟୁଥ କ୍ଲବ କାକତିଆ , ଆନୁକୂଲ୍ୟରେ ଚାଲୁ ରହିଥିବା ନେତାଜୀ ଚାଲେଞ୍ଜ କପ ଟୁର୍ନାମେଣ୍ଟ ରେ ଜୟଚଣ୍ଡୀ କ୍ରିକେଟ କ୍ଲବ ଗହଗା ନରସିଂହପୁର ବି ବି ସି କୁସୁନପୁର କୁ ହରାଇ ଚମ୍ପିୟାନ ହୋଇଅଛି । ଏହ ଚିତାକର୍ଷକ ମ୍ୟାଚ୍ ରେ,ଜୟଚଣ୍ଡୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ୨୭୭ରନ କରିଥିଲା ବେଳେ, ଦଳ ପକ୍ଷରୁ ଦିଲ୍ଲୀପ ଦାଶ ସର୍ବାଧିକ ୭୬ରନ […]

ନିହାର ପରିଡା(କେନ୍ଦ୍ରାପଡା):ଇନ୍ଦୁପରୁ କୃଷି ସମବାୟ ସମିତିରେ ଚାଷୀ ମାନେ ଭୋଟ ଦେଇ ଯେଉଁ ମାନଙ୍କୁ ନିର୍ବାଚିତ କରି ତାଙ୍କର ପ୍ରତିନିଧି କରାଇଥିଲେ । ସେହି ପ୍ରତିନିଧି ମାନେ ଚାଷିମାନଙ୍କ ଉପରେ ଦାଉ ସାଧୁଛନ୍ତି।ଆଉ ସମବାୟ ସମିତିର ସମ୍ପାଦକ ଓ ସଭାପତି ପ୍ରତିବାଦ କରିବାରୁ ତାଙ୍କୁ ଅତି କଦର୍ଯ୍ଯ ଭାଷାରେ ଗାଳି ଗୁଲଜ କରିବାକୁ ପଛାଉନାହାଁନ୍ତି କିଛି ନବ ନିର୍ବାଚିତ ଡାଇରେକ୍ଟର । ସେଥିରେବି ତାଙ୍କ ରାଗ ସାନ୍ତ ହୁଏ ନାହିଁ […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକ ର ଅନ୍ୟତମ ଶ୍ରେଷ୍ଠ ସମାଜସେବୀ ଲୋକପ୍ରିୟ ଅନୁଷ୍ଠାନ “ସର୍ବେ ଭବନ୍ତୁ ସୁଖୀନଃ” ପରିବାର ପକ୍ଷରୁ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ରୋଗ ପ୍ରପୀଡ଼ିତ ଅସହାୟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,ଫଳ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା। ବିଗତ ଦୀର୍ଘ ୮ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ […]

ସରସ୍ବତୀ ପଣ୍ଡା ସେ ହସିଦେଲାବରଷା ଝରିଗଲାଶୋଷିନେଲା ମାଟିର ଓଠତୃପ୍ତ ପଞ୍ଚପ୍ରାଣବାସ୍ନାୟିତ ମନଆଉ ବାସ୍ନାୟିତ ହୃଦୟର ତୁଠ। ସେ କହିଦେଲାଭଲପାଏ ବୋଲିମିଳିଗଲା ସରଗର ସୁଖବୟସର ଦାଗଗଲାତ ଉଭେଇଝଲସିଲା ପ୍ରିୟତମା ମୁଖ। ସେ ଯାଚିଦେଲାଆଞ୍ଜୁଳେ ଶରଧାଭରିଗଲା ପ୍ରୀତିର ପଣତଚମକି ଚାହିଁଲାମଥାର ଟିକିଲିପାହାଁନ୍ତି ସପନ ଏବେ ଲାଗେ ସତ ସତ। ସେ ମାଗିନେଲାଦୁଃଖର ଅତୀତସାତସିଆଁ ପଉଷର ଭେଟିଶ୍ରାବଣର ଦହଗଞ୍ଜବୈଶାଖର ଲୁହ ସଞ୍ଜଆଉ ଦରସିଝା ଉଦରର ତାତି। ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର

ବାସ୍ତବ ବ୍ୟୁରୋ:ଭାରତୀୟ ମୂଳ ନିଲ୍ ମୋହନଙ୍କୁ ୟୁଟ୍ୟୁବର ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ନିଲ୍ ମୋହନ ୟୁଟ୍ୟୁବ ର ସିପିଓ ଥିଲେ। ତାଙ୍କୁ ପଦୋନ୍ନତି ଦିଆଯାଇ ଏହି ଦାୟିତ୍ୱ ଦିଆଯାଇଛି। ୨୦୦୮ ମସିହାରୁ ନିଲ୍ ମୋହନ ଗୁଗୁଲ ସହିତ କାମ କରୁଛନ୍ତି। ୨୦୧୩ ମସିହାରେ କମ୍ପାନୀ ତାଙ୍କୁ ୫୪୪ କୋଟି ଟଙ୍କା ବୋନସ ଦେଇଥିଲା । ସେ ପୂର୍ବତନ ସିଇଓ ସୁଜନ ଡିଆନ ସ୍ଥାନ ନେବେ। ନିକଟରେ […]

ବାସ୍ତବ ବ୍ୟୁରୋ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବରେ ୧୦୦ ଦିନ ପୂରଣ କରିଛନ୍ତି। CJI ଏହି ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟରେ ୧୪,୦୦୦ ରୁ ଅଧିକ ମାମଲାର ସମାଧାନ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ପେପରଲେସ୍ ହୋଇଯାଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ବିଷୟରେ ସବୁଠାରୁ ବଡ କଥା ହେଲା ୯ ନଭେମ୍ବର ୨୦୨୨ ରୁ ୧୫ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ […]

ସଂଜୟ ଶତପଥୀ(କଟକ): ଗତ ୩ ଦିନ ଧରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ଚାଲିଥିବା ଦିବାରାତ୍ର ଧାରଣା ର ଆଜି ୩ୟ ଦିବସରେ ଆନ୍ଦୋଳନକାରୀ ଙ୍କ ଦ୍ଵାରା କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କର […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରୁ ‘ଜଲ ଜନ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଗଛ ଲଗାଇବା ଏବଂ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ମୋଦୀ ଏହାକୁ ଆବୁ ରୋଡ (ସିରୋହି) ର ବ୍ରହ୍ମ କୁମାରିସ୍ ପ୍ରତିଷ୍ଠାନରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଏହି ମିଶନ ଏମିତି ସମୟରେ ଆରମ୍ଭ […]

ଦୀପକ ସାହୁ(କଳାହାଣ୍ଡି): ସରକାର ଶିକ୍ଷା ଏକ ମୌଳିକ ଅଧିକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ କୁ ନେଇ ଅନେକ ଗୁଡିଏ ଯୋଜନା ହୋଇଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ଯ କରାଯାଉଛି କିନ୍ତୁ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେବାରେ ଲାଗିଛି । ଏଭଳି […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଅପାରଗତା ଇତିମଧ୍ୟରେ ବହୁ ଚର୍ଚ୍ଚିତ ହୋଇଯାଇଛି । କିଛି ଦିନ ଧରି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା, ଆନ୍ଦୋଳନ ଚାଲିଛି। କିନ୍ତୁ ସମସ୍ୟାର ସଠିକ୍ ସମାଧାନ ନା କରିପାରୁଛନ୍ତି କଟକ ମହାନଗର ନିଗମର ମାନନୀୟ ମେୟର ନା ମାନନୀୟ କମିଶନର। ବିଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ […]

Pin It on Pinterest