ବାସ୍ତବ ବ୍ୟୁରୋ: କ୍ରିକେଟ୍ ର ରୋମାଞ୍ଚ ଏବଂ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଖୁବ ଶୀଘ୍ର ପାର୍ବତ୍ୟ ଉପତ୍ୟକାର ସମତଳ ଉପରୁ ଉପରକୁ ଉଠିଥିବାର ଦେଖାଯିବ, କାରଣ ତୁଷାରପାତ ସମତଳ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ହିମାଚଳ ପ୍ରଦେଶର ଲାହଲ୍ ସ୍ପିତିର ସିସୁ ଠାରେ ସମୁଦ୍ର ପତ୍ତନଠାରୁ ୧୦୧୩୫ ଫୁଟ ଉଚ୍ଚରେ ନିର୍ମାଣ ହେବ । ଏହି […]
ବାସ୍ତବ ବ୍ୟୁରୋ: ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବରରେ ପହଞ୍ଚିଲା ପରେ ମମତା ବାନାର୍ଜୀଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଜଣାଇଥିଲେ। ବିମାନବନ୍ଦରରୁ ମମତା ବାନାର୍ଜୀ ସିଧାସଳଖ ସଡ଼କପଥରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ସେ ଆଜି ଓ ଆସନ୍ତାକାଲି ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ଅପରାହ୍ଣ ସାଢ଼େ ୪ଟାରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ବାସ୍ତବ ବ୍ୟୁରୋ: ଇଣ୍ଟେରନେଶନାଲ ଡେ ଅଫ ହାପିନେସ୍ ଅବସରରେ ବାର୍ଷିକ ୱାଲର୍ଡ ହାପିନେସ୍ ରିପୋର୍ଟ ପ୍ରକାଶ ପାଇଛି। ୧୩୭ ଦେଶ ତାଲିକାରେ ଭାରତ ୧୨୫ ତମ ସ୍ଥାନରେ ରହିଛି । ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ (୧୦୮), ମିଆଁମାର (୭୨), ନେପାଳ (୭୮), ବାଂଲାଦେଶ (୧୦୨) ଏବଂ ଚୀନ୍ (୬୪) ରହିଛନ୍ତି। ଏହି ରିପୋର୍ଟରେ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି। କ୍ରମାଗତ […]
ବାସ୍ତବ ବ୍ୟୁରୋ: ଆଜି ଭୋର ସମୟରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା। ବର୍ଷା ଓ ଝଡ଼ର ପ୍ରଭାବରେ କେତେକ ସ୍ଥାନରେ ଗଛ ଓ ହୋର୍ଡିଂ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଛି। ଏହି କାରଣରୁ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]
ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ […]
ବାସ୍ତବବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ସୌରୀନ୍ଦ୍ରଙ୍କର ସେଠାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଦୂରସଞ୍ଚାର […]
ସଂଜୟ ଶତପଥୀ(ବାସ୍ତବ ବ୍ୟୁରୋ): ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ।କାଲିପରି ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ସଂଜୟ ଶତପଥୀ(କଟକ): ତା୧୭/୦୩/-ସହରାଞ୍ଚଳ ରେ ବସ୍ତିବିକାଶ ଓ ପୁନର୍ବାସ ତଥା ଜାଗାମିଶନ ରେ ବସ୍ତି ବାସିନ୍ଦା ଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛନ୍ତି ସରକାର ଓ ପ୍ରଶାସନ ।ପ୍ରଥମେ ବସ୍ତୀ ପଞ୍ଜିକୃତ କରାଇଲେ ଓ ଏବେ ସର୍ଭେ କରି ପରିବାର ତାଲିକା କଲେ ।କିନ୍ତୁ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହିଆସୁଥିବା […]
ବାସ୍ତବ ବ୍ୟୁରୋ: ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ୧୫ ତାରିଖ ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଆଜି(ଶୁକ୍ରବାର) ସ୍ଥଗିତ ରଖାଯାଇଛି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ […]
ବାସ୍ତବ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଆନ୍ତର୍ଜାତୀୟ ଅର୍ଥନୈତିକ ଅନୁସନ୍ଧାନ ପତ୍ରିକା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ’ ଦ୍ୱାରା ୨୦୨୩ ବର୍ଷ ପାଇଁ ‘ବେଷ୍ଟ ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। କଷ୍ଟ ସମୟରେ ତାଙ୍କର ସ୍ଥିର ନେତୃତ୍ୱ ପାଇଁ ଦାସ ଏହି ପୁରସ୍କାର ଦିଆଯାଇଛି । ଏଥି ସହିତ ୟୁକ୍ରେନର ନ୍ୟାସନାଲ ବ୍ୟାଙ୍କକୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଦି ଇୟର’ ପୁରସ୍କାର […]


