ବାସ୍ତବ ବ୍ୟୁରୋ: ସରଗମ କୌଶଲ ମିସେସ୍ ୱାର୍ଲ୍ଡ ୨୦୨୨ ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୩ ଟି ଦେଶର ମହିଳା ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ସରଗମ କୌଶଲ ଜିତିଛନ୍ତି । ଭାରତ ୨୧ ବର୍ଷ ପରେ ମିସେସ୍ ୱାର୍ଲ୍ଡର ମୁକୁଟ ଫେରି ପାଇଛି । ଏହା ପୂର୍ବରୁ ୨୦୦୧ ମସିହାରେ ଡକ୍ଟର ଆଦିତି ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ। ମିସେସ୍ ଇଣ୍ଡିଆ ପାଜିଏଣ୍ଟ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ରେ […]

ସଂଜୟ ଶତପଥୀ(କଟକ): ଆଜି କଟକର ପ୍ରସିଦ୍ଧ ଝାଞ୍ଜିରୀମଙ୍ଗଳା ର ଖଣ୍ଡାୟତ ସାହିସ୍ଥିତ ଦୋଳଗୋବିନ୍ଦ ମଣ୍ଡପଠାରେ ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସୁମିତ୍ରା ବସ୍ତିଆଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ବାସିନ୍ଦା ଓ ପାଖ ଅଞ୍ଚଳରୁ ବହୁ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇବା ସହ ଶିବିରର ମୂଖ୍ୟ […]

ବାସ୍ତବ ବ୍ୟୁରୋ: ଆଜି (ରବିବାର) ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ମୋର୍ମୁଗାଓ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ଟେକ୍‌ନିକ୍‌ରେ ତିଆରି ସେନ୍ସର୍ ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

ସଂଜୟ ଶତପଥୀ(କଟକ): ପାକିସ୍ଥାନ ମନ୍ତ୍ରୀ ବିଲାବଲ ଭୂଟୋ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଭାଦ୍ରୋଚିତ ଟିପ୍ପଣୀ(ଗୁଜୁରାଟ ର କଂସେଇ )ଦେଇଥିବାରୁ କଟକ ନଗର ବିଜେପି ତରଫରୁ ଆଜି କଲେଜଚ୍ଛକ ଠାରେ ଅପରାହ୍ନରେ ଏକ ପ୍ରତିବାଦ ସଭା ସହ ଭଟ୍ଟ ‘ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଟକ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର […]

ବାସ୍ତବ ବ୍ୟୁରୋ : ଦୃଷ୍ଟିହୀନଙ୍କ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛି । ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ […]

 ବାସ୍ତବ ବ୍ୟୁରୋ: ପୁଣି ବଢ଼ିଲା ସିଏନଜି ମୂଲ୍ୟ। ଆଜି(ଶନିବାର) ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ  ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି  ୮୭.୮୯ ଟଙ୍କା ଛୁଇଁଛି […]

ସଂଜୟ ଶତପଥୀ(କଟକ):ଆଜି କଟକ ମହାନଗର ନିଗମ ପକ୍ଷରୁ କଟକର ମଲାଚଣ୍ଡିଆ ଛକ ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜର ପେଟ ଚାଖଣ୍ଡକ ଲାଗି ରାସ୍ତା କଡ଼ରେ ନିଜର ବେପାର ପସରା ଖୋଲିଥିବା ବହୁତ ଗରୀବ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଗକୁ ହେବାକୁ ଥିବା ବିଶ୍ବକପ୍ ହକି ଖେଳ, ବାଦାମବାଡ଼ି ବସଷ୍ଟାଣ୍ଡର ନବୀକରଣ ଏବଂ କଟକ ସହରରେ ୪ ଲେନ୍ […]

ବାସ୍ତବ ବ୍ୟୁରୋ: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଅନଲାଇନ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ସୂଚନାନୁଯାୟୀ, ଜେଇଇ(ମେନ୍) ପରୀକ୍ଷା […]

ସଂଜୟ ଶତପଥୀ(କଟକ): ନଗର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ ଖଟବିନ ସାହି ରୋଭର୍ସ ଷ୍ଟ୍ରିଟ ରେ ଅନୁଷ୍ଠିତ ହୋଇଯାଇଛି। ନଗର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଙ୍କ ନେତୃତ୍ୱରେ ହୋଇଥିଲା । ଏହି ସଭାରେ କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କର ମୁସଲମାନ ଭାଇ ଭଉଣୀଙ୍କ ପାଇଁ ହେଉଥିବା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୫//୧୨//୨୦୨୨:ଚାନ୍ଦବାଲିରେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁଦିନ ହେବ ଡ଼ାକ୍ତର ସମସ୍ୟା ସହ ଆବଶ୍ୟକ କର୍ମଚାରୀ ଅଭାବ ରହିଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଯେଇଁ ଡ଼ାକ୍ତର ଅଛନ୍ତି ସଠିକ ଭାବେ ମେଡ଼ିକାଲରେ କାର୍ଯ୍ୟ କରୁନାହାନ୍ତି ଓ ଘୋରେଇ ଚିକିତ୍ସାରେ ବ୍ୟସ୍ତ […]

Pin It on Pinterest