ବାସ୍ତବ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ଜାରି ରହିବ ମାଗଣାରେ ଟିକାକରଣ । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା କୋଭିଡ ଟିକାକରଣର ଚାଲିଥିଲା। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ। ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ […]
ଭୁବନେଶ୍ବର : ଦୁର୍ଗାପୂଜାରେ ଏ ବର୍ଷ ବର୍ଷା ହିଁ ବାଧକ ସାଜିବ ।ଦୁଇ ବର୍ଷ କରୋନା କଟକଣା ଭିତରେ ପୂଜା ମଜାରେ ଭଟ୍ଟା ପଡିଥିବା ବେଳେ,ଏ ବର୍ଷ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ବର୍ଷା ଦାଉ ସାଜିବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆଜି ଠାରୁ ଉତ୍ତର ଉପକୂଳ […]
ଡ଼.ନବକିଶୋର ମିଶ୍ର ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ| ନବରାତ୍ରୀ ସମୟରେ ନଅ ରୂପରେ ମାତାଙ୍କୁ ପୂଜା କରାଯାଏ। ମାତାଙ୍କର ଷଷ୍ଠ ରୂପ ହେଉଛି ମାତା କାତ୍ୟାୟନୀ ରୂପ | ମା’ ମହିଷାସୁର ଏବଂ ଶୁମ୍ଭ,ନିଶୁମ୍ଭ ଅସୁରଙ୍କୁ ବଦ୍ଧ କରିଥିଲେ | କାତ୍ୟାୟନ ଋଷିଙ୍କ ଝିଅ ହୋଇଥିବାରୁ ମାତାଙ୍କ ନାମ କାତ୍ୟାୟନୀ |ମାତାଙ୍କୁ ମହିଷାସୁରା ମର୍ଦିନି ମଧ୍ୟ କୁହାଯାଏ। ମାତା କାତ୍ୟାୟନୀ ମହିଷାସୁର ଓ ଶୁମ୍ଭ ନିଶୁମ୍ଭ କୁ ବଦ୍ଧ […]
ପ୍ରମୋଦ ନାୟକ(ଭୁବନେଶ୍ବର):ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତେଦିନେ ମୁହଁ ଖୋଲିଲେ, ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ ଓଡ଼ିଶାବାସୀ ,ସମସ୍ତଙ୍କ ମନରେ ପ୍ରଶ୍ନ କେବେ ବାଜିବ ଦୁନ୍ଦୁଭି ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ। ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ […]
ବାସ୍ତବବ୍ୟୁରୋ:ଦେଶରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ସହିତ ଅନଲାଇନ୍ ଠକେଇର ଘଟଣା ମଧ୍ୟ ବୃଦ୍ଧି ପାଇଛି। ଅନେକ କ୍ଷେତ୍ରରେ ଇ-କମର୍ସ କମ୍ପାନୀ କିମ୍ବା ପେମେଣ୍ଟ ପ୍ଲାଟଫର୍ମରୁ ଗ୍ରାହକଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବିବରଣୀ ଲିକ୍ ହେବା ନେଇ ମଧ୍ୟ ଆଲୋଚନା ହୋଇଛି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୧ ରୁ ଅନଲାଇନ୍ କ୍ରୟରେ ଟୋକେନ୍ ସିଷ୍ଟମର ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି। ସାଧାରଣତ,ଯେତେବେଳେ ଆପଣ ଏକ […]
ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମରେ ନବରାତ୍ରୀ ପୂଜାର ବହୁତ ଗୁରୁତ୍ୱ ରହିଛି | ନବରାତ୍ରୀର ପବିତ୍ର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି | ନବରାତ୍ରିର ପର୍ବ ନଅ ଦିନ ପାଇଁ ପବିତ୍ରତା ସହ ପାଳନ କରାଯାଏ | ନବରାତ୍ରିର ନଅ ଦିନ ମଧ୍ୟରେ, ନଅ ପ୍ରକାରର ମାତାଙ୍କୁ ପୂଜା କରାଯାଏ | ସେପ୍ଟେମ୍ବର ୩୦ ହେଉଛି ପଞ୍ଚମ ନବବତ୍ରୀ | ଦେବୀ ସ୍କନ୍ଦମାତାଙ୍କୁ ନବରାତ୍ରୀଙ୍କ ପଞ୍ଚମ ଦିନରେ ପୂଜା […]
ନମିତା କୁଂଅର(ଭୁବନେଶ୍ୱର) ୨୯/୦୯:ଭୁବନେଶ୍ୱରର ଜନଗହଳି ଅଂଚଳ ମାଷ୍ଟରକ୍ୟାଣ୍ଟିନ ଛକରେ,ଦୁଇ ଅସାମାଜିକ ମାତାଲ ଯୁବକଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ପ୍ରତି ଆକ୍ରମଣରେ ଅଶାନ୍ତ ହୋଇଉଠିଛି । ମାଷ୍ଟର କ୍ୟାଣ୍ଟିନ ଦୁଇଜଣ ଅସାମାଜିକ ଓ ମଦ୍ୟପ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ଯୁବକ ଘଟଣା ପରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଛି । ଅନ୍ୟ ଆହତ ଯୁବକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିବା […]
ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ […]
ମା’କୁଷ୍ମାଣ୍ଡା ଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ। ମା’ କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ରୋଗ ଏବଂ କଷ୍ଟ ଦୂର ହୋଇଯାଏ। ଦେବୀ ମା’ କୁଷ୍ମାଣ୍ଡା ହେଉଛନ୍ତି ନବରାତ୍ରୀଙ୍କ ଚତୁର୍ଥ ଦିନର ଆରାଧ୍ୟ ଦେବୀ | ବ୍ରହ୍ମାଣ୍ଡର ମାଧ୍ୟମ ହେଉଛନ୍ତି ମାତା କୁଷ୍ମାଣ୍ଡା| ଡ଼.ନବକିଶୋର ମିଶ୍ର ମା’ଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ। ମା ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ରୋଗ ଏବଂ ଦୁଃଖ […]
ସଞ୍ଜୟ ଶତପଥୀ(କଟକ):ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଧର୍ମ ପତ୍ନୀ, ପୂର୍ବତନ କଟକ ସାଂସଦ ଜୟନ୍ତୀ ପଟ୍ଟନାୟକ, ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ କଟକର ସାଂସଦ ରହିଥିଲେ। ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା […]


