ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କଟକ ସହରରେ ଦିନକୁ ଦିନ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅଳ୍ପ ଦିନ ବ୍ୟବଧାନରେ ପୁଣି ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ କୁ ମିଳିଛି ଆଉ ଏକ ସଫଳତା । ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ୧୦୫ କେଜି ଗଞ୍ଜେଇ ଜବତ କରିଛି ।ଗଞ୍ଜେଇ ଗାଡି ଗଜପତିରୁ କୋଲକାତା ଯାଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର […]
ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା,ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ […]
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ନେମାଳ ପଦ୍ମ ବନ ପୀଠ ରେ କୋଭିଡ଼ି ଯୋଗୁ ୧୪୪ ଧାରା ଲାଗିଥିବାରୁ ଫିକା ପଡିଲା ଦେବସ୍ନାନ ଯାତ୍ରା ପ୍ରତି ବର୍ଷ ଆଜିର ଦିନରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ କିନ୍ତୁ ଏଥର ବିନା ଭକ୍ତ ରେ କେବଳ ନୀତି କାନ୍ତି ରେ ପାଳନ ହେଉଛି ଯାତ୍ରା ନା ଅଛନ୍ତି ଭକ୍ତ ନା ଶୁଭୁଛି ଭଜନ କୀର୍ତନ ପୋଲିସ ଛାଉଣି […]
ବାସ୍ତବବ୍ୟୁରୋ:ଚାନ୍ଦବାଲି, ଆଜି ଜଣେ ବୃଦ୍ଧଙ୍କର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହି ପଞ୍ଚାୟତରେ ଚିଙ୍ଗୁଡ଼ି ଚାଷ ହୋଇଥିବା ପ୍ଲାଣ୍ଟରେ ବ୍ୟବହୃତ ଏରିଏଟର ମେସିନରେ କଟି ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଓରାସାହି ପଞ୍ଚାୟତ ନେଢୁଆଳୀ ଗାଁର ହାଡିବନ୍ଧୁ ମାଝୀ । ହାଡିବନ୍ଧୁ ଓ ତାଙ୍କ ପୁଅ ତେନ୍ତୁଲିଡିହି ପଞ୍ଚାୟତର ଏକ ଘରୋଇ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲେ । ହାଡିବନ୍ଧୁ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହୃତ ଏରିଏଟର କାର୍ଯ୍ୟ କରୁଥିବା ସମୟରେ ତାଙ୍କର […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂଣ୍ଣିମା । ଏଥିପାଇଁ ଦିନତମାମ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ବାର ଫିଟାଯିବା ପରେ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ଫୁଲ, ବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ପଞ୍ଚ ଉପଚାରରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା | […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ରାଜ୍ୟରେ ଭାରତୀୟ ଜନତାପାର୍ଟି ନିଜର ସ୍ତିତି ମଜଭୁତ କରିବାର ଚେଷ୍ଟା ଜାରି ରଖିଛି |ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପ୍ରତି ଜୋର ଦେଇଛି |ଏହି ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରତେକ ନିର୍ବାଚନ ମଣ୍ଡଳୀ ପାଇଁ ଆଇଟି ସେଲ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି | ଖବର ଅନୁଯାଇ ରାଜ୍ୟ ଆଇଟି ସେଲ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:ଜଳେଶ୍ୱର(ନବୀନ ସାହୁ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ କରେଇ ଦବା ନେଇ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅନ୍ତର୍ଗତ ମାଳିପାଳ ଗାଁରେ କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା the royel bank of scotland ବ୍ୟାଙ୍କ ରୁ ଲୋନ କରାଇ ଦବା କହି ଭେଲୋରା ଅଞ୍ଚଳରେ ଜୈନିକ ମହିଳା ଲୋକ ମାନଙ୍କ ଠାରୁ ୩୦୦ ରୁ ୫୦୦ ଟଙ୍କା […]
ବାସ୍ତବବ୍ୟୁରୋ: ଗଞ୍ଜାମ(ଅଭିମନ୍ୟୁ ମିଶ୍ର) ଗଞ୍ଜାମ ଜିଲ୍ଲାର ଆସିକା ସାଂସଦ ଓ ବିଧାୟିକା ଙ୍କ ଦ୍ବାରା ଶୁଭ ଉଦଘାଟନ ହେଲା କଇଁଫୁଲିଆ ବନ୍ଧ ସୌନ୍ଦର୍ଯ୍ୟକରଣ।ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ରାମଲିଙ୍ଗେଶ୍ବର ଏବଂ ଭଞ୍ଜନଗର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଭଳି ଆସିକାରେ ଥିବା କଇଁଫୁଲିଆ ବନ୍ଧକୁ ମଧ୍ୟ ସେହିଭଳି ଢଙ୍ଗରେ ସୌନ୍ଦର୍ଯ୍ୟ କରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା […]
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡ। ପୁରୁଷୋତ୍ତମପୁର ବ୍ଳକର ରଣଝାଲୀ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ବଡ଼ ଧରଣର ଛତୁ ଫାର୍ମରେ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଫଳରେ ଫାର୍ମଟି ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୂର୍ବରୁ ବେଗୁନିଆପଡ଼ା ବ୍ଲକର ବେଗୁନିଆପଡ଼ା ଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଏବେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡକୁ ନେଇ ଛତୁ […]