ବାସ୍ତବ ବ୍ୟୁରୋ: ଝାଡଖଣ୍ଡ ଜାମତାରାରେ ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ମିଳିଥିବା ସୂଚନା […]

ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ। ଏହି ଚାରିଜଣ ଭାରତୀୟ ବାୟୁସେନା […]

ବାସ୍ତବ ବ୍ୟୁରୋ: ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା  ଦେଇଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର […]

ବାସ୍ତବ ବ୍ୟୁରୋ: ଆସନ୍ତା ଜୁନ୍‌ ୨୦୨୪ ଯାଏଁ ବଢ଼ିଲା ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ।  ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଏହି ନିଷ୍ପତ୍ତି ଅନୁମୋଦିତ ହୋଇଛି। ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ୱାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ […]

ବାସ୍ତବ ବ୍ୟୁରୋ: ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେପି ତା’ର ପାର୍ଥୀ ତାଲିକା ପ୍ରକାଶ କରିଛି। ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ଗୁଜରାଟରୁ ଜେପି ନଡ୍ଡା ଏବଂ ମହାରାଷ୍ଟ୍ରରୁ ଅଶୋକ ଚୌହାନ ରାଜ୍ୟସଭା ଯିବେ । ୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେଡି।   ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ […]

ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ଆରବିଆଇ। ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।  ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ […]

ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ବିଲ୍‌କୁ ପାରିତ କରିଛି। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ପାସ୍‌ ହୋଇଛି। ୟୁସିସିର ଅର୍ଥ ରାଜ୍ୟ ବା ଦେଶରେ ରହୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ଗୋଟିଏ ପ୍ରକାରର ଆଇନ ରହିବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟଗ୍ରହଣ ଆଦି ପାଇଁ ଗୋଟିଏ ପ୍ରକାରର ଆଇନ କାର୍ଯ୍ୟକାରୀ ହେବ। ବିଲ୍‌ ପାସ୍‌ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର […]

ବାସ୍ତବ ବ୍ୟୁରୋ: ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ରାଂଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପାଇଙ୍କୁ ଗୋପନୀୟତା ଓ ପଦର ଶପଥପାଠ କରାଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଧାୟକ ଆଲାମଗିର ଆଲାମ (କଂଗ୍ରେସ) ଏବଂ ସତ୍ୟନନ୍ଦ ଭୋକତା (ଆରଜେଡି) ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜମି ଦୁର୍ନୀତି ମାମଲାରେ ହେମନ୍ତ ଚାରିପଟୁ ଫସିବା ପରେ ଜେଏମଏମ ବିଧାୟକ ଦଳର […]

ବାସ୍ତବ ବ୍ୟୁରୋ: ଆସନ୍ତା ଫେବୃଆରୀ ୨୭ରେ ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ। ଏଥିନିମନ୍ତେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଏହି ୩ ସାଂସଦ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ। ଏହି ନିର୍ବାଚନ ପାଇଁ ନିର୍ବାଚନ ପାଇଁ ଫେବୃଆରୀ ୮ରେ […]

ବାସ୍ତବ ବ୍ୟୁରୋ : ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ନୀତୀଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ […]

Pin It on Pinterest