ବାସ୍ତବ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲୁଥିବା ବେଳେ ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଶେଷ କରି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ତଳମୁଣ୍ଡରେ ପାଣି ଗତି ନକରିବା ଯାଏଁ ହୀରାକୁଦରେ କୌଣସି ଗେଟ ଖୋଲାଯିବ ନାହିଁ […]
ରାଜ୍ୟ
ବାସ୍ତବ ବ୍ୟୁରୋ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । କଟକର ମୁଣ୍ଡଳିଠାରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷ ୨୦ ହଜାର କ୍ୟୁସେକ୍ ବନ୍ୟା ଜଳ । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବଡ଼ମୂଳରେ ୮ଲକ୍ଷ ୬୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ମଧ୍ୟ ଜଳ ପ୍ରବେଶ ମାତ୍ରା ବଢ଼ିଛି । ୨ଲକ୍ଷ ୬ହଜାର ୪୭୮କ୍ୟୁସେକ ଜଳ ପ୍ରବେଶ କରୁଛି […]
ବାସ୍ତବ ବ୍ୟୁରୋ: ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର […]
ବାସ୍ତବ ବ୍ୟୁରୋ: ଗଭୀର ଅବପାତ ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା କଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, […]
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହା ପ୍ରଭାବରେ ରାଜ୍ୟର […]
ସଂଜୟଶତପଥୀ(ଡି.ସି କଟକ):ବିଲରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ଦେହାନ୍ତ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଅପରାହ୍ନରେ କୁଳମଣି ନିଜ ଚାଷଜମିରେ କାମ କରୁଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଥିଲା, ହଠାତ ବଜ୍ରପାତ ହେବାରୁ ସେଠାରେ ପଡ଼ିଯାଇଥିଲେ । […]
ବାସ୍ତବ ବ୍ୟୁରୋ: ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା। ଦୁଇଟି ପର୍ଯ୍ୟାୟରେ ହେବ ଗଣନା। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା। ଏନେଇ ସୂଚନା ଦେଇଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ । ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, “ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ […]
ବାସ୍ତବ ବ୍ୟୁରୋ: ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି। ପାଣିପାଗକେନ୍ଦ୍ର ସୂଚନା ଅନୁସାରେ, ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହା […]
ବାସ୍ତବ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍ ଘୋଷଣା କରାଯାଇଥିବା ବେଳେ ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପୁଣି ଥରେ ନିଜ ପଦ ବଜାୟ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ୩୮ ନେତାଙ୍କ ନାମ ଘୋଷଣା କରାଯାଇଛି । ବୈଜୟନ୍ତ ପଣ୍ଡା ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୩ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହଥିବା ବେଳେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର […]


