ବାସ୍ତବ ବ୍ୟୁରୋ: ୩୬ ଘଣ୍ଟା ପରେ ପୁରୀର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିନେଇଥିବା ବେଳେ ଏବେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ବଡ଼ ଦାଣ୍ତରେ ଥିବା ନୀଳାଦ୍ରି କମ୍ଲେକ୍ସରେ ଥିବା ହାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ଶର୍କିଟ ଯୋଗୁ ଶୋ’ ରୁମ ସୁଇଚ୍‌ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଯେଉଁ […]

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା।

ବାସ୍ତବ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ଏହି ପରୀକ୍ଷା । ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ।  ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିଥିଲା। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ବୋର୍ଡ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ–୨) ପରୀକ୍ଷା ଆଜିଠାରୁ ସକାଳ ୮ଟାରୁ ଆରମ୍ଭ ହେଇଛି ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। 

ପ୍ରମୋଦ ନାୟକ(ଭୁବନେଶ୍ୱର): ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିରୋଳା ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟନାରାୟଣ ସାହୁ ନାମକ ଯୁବକ, ଯାଜପୁରର ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ କରିଥିଲେ। […]

ପ୍ରତାପରୁଦ୍ର(ପୁରୀ): ଗତକାଲି ପୁରୀ ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ରାତି ସାଢ଼େ ୮ଟାରେ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଆସିଛି ଫଗୁଣ ,ତା ସହ ଆସିଛି ରଙ୍ଗର ପର୍ବ ହୋଲି।ଆଉ ସେହି ହୋଲି ରଙ୍ଗରେ ରଙ୍ଗିନ ହେବାକୁ ଧରାବତରଣ କରିଛନ୍ତି ରାଧାକୃଷ୍ଣ । ହୋଲି ଖେଳିବା ପାଇଁ ମେଳଣ ପଡିଆରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ । ଚାନ୍ଦବାଲି ବ୍ଲକର ମତୋ ମେଳଣ ହେଉଛି ଐତିହାସିକ ଦେଶ ମେଳଣ ।୧୮୦୧ ମସିହାରୁ କନିକା ରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଳଣ ଏବେ ଦୁଇଶହ ବାଇଶି […]

ପ୍ରମୋଦ ନାୟକ(ଭୁବନେଶ୍ବର): ରାଜଧାନୀରେ ହୋଲି ପାଇଁ ସଜାଗ କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ରଖିବ ତିଖ୍ନ ନଜର। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଡିସିପି  ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି କି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ […]

ବାସ୍ତବ ବ୍ୟୁରୋ: NTA NEET UG ପରୀକ୍ଷା ଫର୍ମ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୬, ୨୦୨୩ ରୁ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଫର୍ମ ଆରମ୍ଭ ହୋଇ ୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ NTA ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (NEET-UG) 2023 ପାଇଁ ଆବେଦନ ଫି ବୃଦ୍ଧି କରିଛି। ଆସନ୍ତୁ ଜାଣିବା କେଉଁ ବର୍ଗ ପାଇଁ […]

ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):୦୬/୦୩/୦୨୩-ଭଞ୍ଜନଗର କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ […]

ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି। […]

Pin It on Pinterest