ବାସ୍ତବ ବ୍ୟୁରୋ: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରବିବାର ଅର୍ଥାତ ଆଜିଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ […]

ବାସ୍ତବ ବ୍ୟୁରୋ: ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି। କେବଳ ଭାରତୀୟ ପାଣିପାଗ ବିଭାଗ ନୁହେଁ, ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ବି ଏହି ଲଘୁଚାପ ସଂପର୍କରେ ସୂଚନା ଦେଇଛି । ଏଥିରେ ଲେଖାଯାଇଛି, ଉତ୍ତରପଶ୍ଚିମ ବଙ୍ଗୋପସାଗର […]

ସଂଜୟ ଶତପଥୀ(କଟକ): କଟକ ର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ସଭାଗୃହରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଓ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବହୁତ ଦିନ ଧରି ମହାନଗର ନିଗମ ଦ୍ବାରା ଉପେକ୍ଷିତ ପ୍ରକୃତ ହିତାଧିକାରୀମାନଙ୍କୁ ଭତ୍ତା ସମ୍ବଦ୍ଧୀୟ କାଗଜପତ୍ର ଓ ଭତ୍ତା ପୁସ୍ତକ ବଣ୍ଟନ କରାଯାଇଛି। ବିଗତ ଦିନରେ କଟକ ମହାନଗର ନିଗମରେ ଭୂତ […]

ବାସ୍ତବ ବ୍ୟୁରୋ: ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ତେବେ ଆଜି ବାହାରିବ ଆଡ଼ପ ଅବଢ଼ା। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ […]

ବାସ୍ତବ ବ୍ୟୁରୋ: ଆଜି ଆଇଏଏସ ସ୍ତରରେ ଏକ ଛୋଟଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । ଗଜପତିର ନୂଆ ଜିଲ୍ଲାପାଳ ଭାବେ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ମିଳିଥିବାବେଳେ ଜିଲ୍ଲାପାଳ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ସହ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, […]

କଟକ୨୨।୦୬(ନି.ପ୍ର):ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । ପ୍ରାମ୍ଭରରେ ଶିଖରପୁରର ଅଗ୍ରଣୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ଓମ ସାଇ କଳକେନ୍ଦ୍ରର ସମ୍ପାଦିକା ପୁଷ୍ପିତା ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କମିଟିର ଆବାହକ ସଞ୍ଜୟ […]

ବାସ୍ତବ ବ୍ୟୁରୋ: ଆଜି (୨୨ ଜୁନ୍‌, ଗୁରୁବାର) ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ଫଳରେ ଏବେ ମୌସୁମୀ ବର୍ଷାରେ ଭିଜିବ ସମଗ୍ର ରାଜ୍ୟ। ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର କିଛି-କିଛି ଅଂଚଳରେ ବର୍ଷା ଲାଗିରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ […]

କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର […]

ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Pin It on Pinterest