ବାସ୍ତବ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଆସନ୍ତାକାଲି ଅପରାହ୍ନ ୪ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ସେ ବୈଠକ କରିବେ। ତା’ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ। ୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ […]

ବାସ୍ତବ ବ୍ୟୁରୋ: ୨୧ ତାରିଖ ପରିବର୍ତ୍ତେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୨ ତାରିଖରୁ ଖୋଲିବ ସ୍କୁଲ। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ରେ ସ୍କୁଲ ଖୋଲିବା ନେଇ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ସମ୍ବଲପୁରରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସାଢ଼େ ୬ରୁ କ୍ଲାସ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ […]

ବାସ୍ତବ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ […]

ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରି ରୁମରେ ନିଆଁ ଲାଗିଯାଇଛି। ଉପର ମହଲାକୁ ନିଆଁ ବ୍ୟାପିବାରେ ଲାଗିଛି। ବାର୍‌ ଭିତରକୁ ଯିବାକୁ ଗୋଟିଏ ବାଟ ରହିଛି। ଏହି ବାଟଟି ସଂକୀର୍ଣ୍ଣ ହୋଇଥିବାବେଳେ ପ୍ରବଳ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ […]

ବାସ୍ତବ ବ୍ୟୁରୋ: ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ […]

ବାସ୍ତବ ବ୍ୟୁରୋ: ଗୁଜରାଟରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’ । ଗୁଜରାଟ ରାଜ୍ୟର କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯେଉଁ ଆଶଙ୍କା କରାଯାଉଥିଲା ତାଠୁ ଅଧିକ କ୍ଷୟକ୍ଷତି ହେଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଚ, ଦ୍ୱାରାକ, ଜାମନଗର, ପୋରବନ୍ଦର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବାତ୍ୟାରେ ଶତାଧିକ ବିଦ୍ୟୁତ ଖୁଣ୍ଟ […]

ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି […]

ସଂଜୟ ଶତପଥୀ(କଟକ): ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ଓ ଶ୍ରୀ ଶ୍ରୀ ଅନ୍ଧବର ସାଂସ୍କୃତିକ ପରିଷଦ, ବଙ୍ଗାରୀ, ଜିଲ୍ଲା -କେନ୍ଦ୍ରାପଡା ର ମିଳିତ ଆନୁକୂଲ୍ୟରେ ପବିତ୍ର ରଜସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଙ୍ଗାରୀଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଅନ୍ଧବର ପୀଠ ଠାରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡଃ ଲିଙ୍ଗରାଜ ଶତପଥୀ ଙ୍କ ସଭାପତିତ୍ବରେ ରଜମହୋତ୍ସବ ଓ କୃତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ […]

ବାସ୍ତବ ବ୍ୟୁରୋ: ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ ଖରା ଛୁଟିକୁ ବୃଦ୍ଧି କରାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା […]

ଜାଜପୁର(ବସ୍ତବବ୍ୟୁରୋ): ୧୬/୬/୨୩-ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ଅବସରରେ, ସାମାଜିକ ସଂଗଠନ “ଜାତୀୟ ମାନବାଧିକାର ସାମ୍ମୁଖ୍ୟ” ଓ ଦୈନିକ ସମ୍ବାଦପତ୍ର “ଅନେକ ସୂଚନା” ର ମିଳିତ ପ୍ରୟାସରେ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ବୈତରଣୀ ରୋଡ ସ୍ଥିତ ବରୁଣେଇ କଲ୍ୟାଣ ମଣ୍ଡପ ରେ ରଜ ସଂକ୍ରାନ୍ତି ଅବସରରେ “ରଜ ମହୋତ୍ସବ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଓ ଓଡ଼ିଆ ଙ୍କ ଅସ୍ମିତା,କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ମା’, […]

Pin It on Pinterest