ବାସ୍ତବ ବ୍ୟୁରୋ: ଆର୍ଥିକ ବର୍ଷର ଶେଷ ମାସ ୨୦୨୨-୨୩ ଅର୍ଥାତ୍ ମାର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ମାସ ସରିବା ଆଗରୁ ଆପଣନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ । ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି PAN କୁ ଆଧାର ସହିତ ଲିଙ୍କ୍ କରିବା । ଯଦି ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ତାହା ନକରନ୍ତି, ତେବେ ଆପଣଙ୍କର PAN ନିଷ୍କ୍ରିୟ ହୋଇଯିବ । […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର, ବୀରପୁତ୍ର, ଇଣ୍ଡୋନେସିଆ ର ଭୂମିପୁତ୍ର, ପ୍ରବାଦ ପୁରୁଷ, ଅପ୍ରତିଦ୍ଵନ୍ଦୀ ରାଜନେତା ତଥା ସଦାସର୍ବଦା ଓଡ଼ିଶାବାସୀଙ୍କ ବିଜୟକୁ ସ୍ବାଗତ କରୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ କଟକରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଶତାଧିକ ବିଜୁ ପ୍ରେମୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ରବାଦ ପୁରୁଷଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ବକ୍ସି […]

ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟସୂଚୀ ଅନୁଯାୟୀ […]

ପ୍ରମୋଦ ନାୟକ(ଭୁବନେଶ୍ବର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି […]

ନୂଆଦିଲ୍ଲୀ: ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ, ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି। ଦୁଇଟି ରାଜ୍ୟରେ ମିଳିଥିବା ନିର୍ବାଚନୀ ସଫଳତା ପାଇଁ ତ୍ରିପୁରା ଓ ନାଗାଲାଣ୍ଡ୍‌ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମେଘାଳୟରେ ଦଳର ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବାରୁ ଭୋଟର୍‌ଙ୍କୁ କୃତଜ୍ଞତା ଜଣାଇବା […]

ବାସ୍ତବବ୍ୟୁରୋ(କୋରାପୁଟ):ଶୁକ୍ରବାର ଭୋର ୫.୫ ମିନିଟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଓ ଆସବାବପତ୍ର ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା […]

ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର […]

ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ […]

ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର): ଦିର୍ଘ ୬ବର୍ଷ ପରେ ପୁଣିଥରେ ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।କରୋନା କଟକଣା ସକାଶେ ଗତ ଥର ଯାତ୍ରା ବନ୍ଦ ରହିଥିଲା। ହେଲେ ଏହି ବର୍ଷ ଯାତ୍ରାକୁ ଶାନ୍ତି ଶୃଙ୍ଖଳା, ଅଧିକ ଆକର୍ଷଣୀୟ ଓ ଧୂମ୍ ଧାମ ସହକାରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ […]

ବାସ୍ତବ ବ୍ୟୁରୋ: ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। କେତେକ ବୁଥରେ ଗୁଳି ବିନିମୟ ଓ ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ବାକି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମେଘାଳୟରେ ୭୪.୩୨% ଏବଂ ନାଗାଲାଣ୍ଡରେ ୮୩.୩୬% ଭୋଟିଂ ହୋଇଛି । ବିଧାନସଭାରେ ଉଭୟ ରାଜ୍ୟରେ […]

Pin It on Pinterest