କଟକ(ସଂଜୟ ଶତପଥୀ)୧୨/୮: ସିଡିଏ ସେକ୍ଟର-6 ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ(38) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । କଟକ ଉଠାଦୋକାନୀ ମହାସଙ୍ଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ପରିବାର […]
ରାଜ୍ୟ
ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ […]
କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର […]
ବରଗଡ଼୧୧/୮(ନବୀନକୁମାରଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଖବର ଆସିଛି। ବାଲେଶ୍ୱର,କେନ୍ଦ୍ରାପଡ଼ା,ବଳଙ୍ଗାରେ ଘଟିଯାଇଥିବା ଦୁଃଖଦ ଘଟଣାପରି, ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ […]
ଭୁବନେଶ୍ୱର (ନି.ପ୍ର):ଆଜି ବର୍ଷା ପବ୍ଲିକେସନ୍ ପକ୍ଷରୁ ଭୁବନେଶ୍ୱରର ଅଧୀଷ୍ଠାତ୍ରୀ ଦେବୀ ମା’ଭୁଆଷୁଣଙ୍କ ପବିତ୍ର ପୀଠରେ, ଗୀତିକବି ବିପିନ୍ ମହାନ୍ତିଙ୍କ କବିତା ସଂକଳନ”ପାଉଁଜିର ପାଣ୍ଡୁଲିପି ” ଉନ୍ମୋଚିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ଵରଞ୍ଜନ ଏବଂ ସଭାର ସଭାପତି ଭାବେ ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ ଯୋଗ ଦେଇ, କବି ବିପିନ୍ ମହାନ୍ତିଙ୍କ କବିତାର […]
ବରଗଡ଼୧୦)୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ସରଣ୍ଡା ଛକ ପୂର୍ବରୁ ରହିଥିବା ରାଜରାସ୍ତା ର ବସ୍ ଷ୍ଟାଣ୍ଡ ନିକଟରେ ଚଳନ୍ତା ଆଲୁମିନା ବୋଝେଇ ବେଦାନ୍ତ ଟ୍ରକ୍ ହୁ ହୁ ହୋଇ ଜଳି ଉଠିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ସାଗର ସେଠ୍ ଓ ଯିବା ଆସିବା ଲୋକେ। ଟ୍ରକ୍ ନଂ ଓଡ଼ି ୧୫ଭି ୧୭୨୦ ଟି ବିଶାଖାପାଟଣା ରୁ […]
ଭୁବନେଶ୍ବର(ନି.ପ୍ର):ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ତୃତୀୟ ବର୍ଷା ସମ୍ମାନ-୨୦୨୫ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୧୭ ତାରିଖରେ ଭାରତୀୟ ବିଦ୍ୟା ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବର୍ଷା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ବର୍ଷା ପବ୍ଲିକେସନ, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । […]
ସଂଜୟ ଶତପଥୀ(କଟକ): ଶ୍ରୀଜଗନ୍ନାଥ ପାଟରାକ୍ଷୀ ବିକାଶ ପରିଷଦ ଆନୁକୁଲ୍ୟରେ ମାଆ ସୁଭଦ୍ରାଙ୍କ ଠାରୁ ପ୍ରେରିତ ପାଟ ରାକ୍ଷୀ ଶ୍ରୀକ୍ଷେତ୍ର ଧାମରୁ ତୁଳସୀ କ୍ଷେତ୍ର ବଳଭଦ୍ର ଜୀଉଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଶୋଭାଯାତ୍ରା ସହିତ ପାଳିତ ହୋଇଯାଇଅଛି। ପୂର୍ବଦିନ ଗୋବର୍ଦ୍ଧନ ମଠରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭଗବାନଙ୍କ କରକମଳରେ ଏହି ପାଟରାକ୍ଷୀ ଶୁଭାରମ୍ଭ ହୋଇ ଶ୍ରୀମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଛି। ସର୍ବପ୍ରଥମେ ପ୍ରତାପ ନଗରୀ ମାଆ ଧାକୁଲେଇ […]
ବରଗଡ଼୦୭/୦୮(ନବୀନ କୁମାର ଦାଶ):ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳ ରେ ମିଳୁନି ବିଏସଏନଏଲ ସୁବିଧା।ଏନେଇ କେନ୍ଦ୍ର ଯୋଗା ଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରପଦୀପ ପୁରୋହିତ।ବିଶେଷକରି ବରଗଡ଼ ଓ […]
ବରଗଡ଼୦୭/୦୮(ନବୀନ କୁମାର ଦାଶ):ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି,ବିଭାଗୀୟ କର୍ମଚାରୀ ଆଲୋକ କୁମାର ପଟେଲ ତଥା ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି […]


