ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧-୪-୨୦୨୨-ମାନସ ସ୍ବାଇଁ ହତ୍ୟା ଘଟଣାରେ ମୋଟ ୮ ଜଣ ଗିରଫ ହେବା ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଗୋଟି ଗୋଟି କରି ଚାନ୍ଦବାଲି ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ପାଇଁ ହାତକୁ ନେଇ ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇକୁ ଗିରଫ କରିଥିଲା। ଏହି ଘଟଣାର ମୋଟ୍ ୮ଜଣ ଗିରଫ ହୋଇ ସାରିଛନ୍ତି। ଗତ […]

ଦେବକାନ୍ତ ମହାନ୍ତି, ୧୧//୦୪//୨୦୨୨- ଚାନ୍ଦବାଲି ବ୍ଲକ ଭୂଇଁବୃତି ପଞ୍ଚାୟତ ବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିବା ସହ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ବିଡ଼ିଓଙ୍କୁ ଚେତାବନୀ ଦେଇଛନ୍ତି । ଭୂଇଁବୃତି ଫଚାୟତ ବାସୀମାନେ ଦିର୍ଘ ୧୦ ବର୍ଷ ହେବ ମା ଶୁଭଲକ୍ଷ୍ମୀ ଏସ ଏସ ଜି ଗୃପ ମାଧ୍ୟମରେ ସରକାରୀ ରାସନ ସାମଗ୍ରୀ ନେଉଥିଲେ, ହେଲେ ଚାନ୍ଦବାଲି ବିଡ଼ିଓ ବିନା କାରଣରେ ଏପ୍ରିଲ ମାସ ଠାରୁ […]

ସୋମ, ୧୧ ଏପ୍ରିଲ ୨୦୨୨: ଆଲିଆ ଭଟ୍ଟ ଏବଂ ରଣବୀର କପୁର ଦୀର୍ଘ ସମୟ ଧରି ସଂପର୍କରେ ରହିଛନ୍ତି ଏବଂ ବର୍ତ୍ତମାନ ଉଭୟ ନିଜ ସଂପର୍କରେ ଏକ ପାଦ ଆଗକୁ ବଢିବାକୁ ଯାଉଛନ୍ତି | ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ | ଏହି ବିବାହକୁ ଆଲିଆ ଭଟ୍ଟଙ୍କ ପରିବାର ନିଶ୍ଚିତ କରିଛନ୍ତି। ଯଦିଓ କପୁର ପରିବାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଉନାହାଁନ୍ତି। ଖବର ଅନୁଯାୟୀ, ଆଲିଆ ଏବଂ […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ବଦଳିଲେ ରାଜ୍ୟ ସରକାରଙ୍କ ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ,ଆଇପିଏସ୍‌ ସ୍ତରରେ ଆଗକୁ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ। ଗୁଇନ୍ଦା ନିର୍ଦ୍ଦେଶକ ଭଳି […]

ଭୁବନେଶ୍ୱର ୧୧।୦୪ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ଶ୍ରୀ ପ୍ରଧାନ ।ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ,ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ […]

ଅଭୟ ସାହୁ(ମାହାଙ୍ଗା):୧୧/୦୪-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁପ୍ତଗଙ୍ଗା ଜରୀଆ ନଦୀ କୂଳରେ ଅବସ୍ଥିତ ସିରିଡ଼ି ସାଈ ବାବା ମନ୍ଦିରର ମହାସମାରୋହରେ ଅନୁଷ୍ଠିତ ହୋଇଛି ବାର୍ଷିକ ଉତ୍ସବ । ଏହି ଉତ୍ସବରେ ବାବାଙ୍କ ଏହି ଉତ୍ସବରେ ବାବାଙ୍କ କରୁଣା ଲାଭ ପାଇଁ ହଜାର ହଜାର ସାଇପ୍ରେମୀ ଏକାଠି ହୋଇଥିଲେ । ପ୍ରତିବର୍ଷ “ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟ” ମାହାଙ୍ଗା ପକ୍ଷରୁ ତିନି ଦିନ ଧରି ଚାଲିଥିବା ଏହି ମାହୋତ୍ସବରେ,ପବିତ୍ର ଶ୍ରୀରାମ ନବମୀ […]

ଦୁଃଶାସନ ପୃଷ୍ଟି(ଢେଙ୍କାନାଳ):ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ଗତ ୩୦ ତାରିଖରେ ଜୀବନରେ ମାରିଦେବାର ଧମକ ସହ ୫ ରାଉଣ୍ଡ ଗୁଳିଚାଳନା ପରେ, ପୁଣି ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ବୋମା ମାଡ଼ର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି […]

ବବିତା ସାମଲ(ଭଦ୍ରକ): ୪/୧୦ -ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ।ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ରାମଜନ୍ମ ପର୍ବ । ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ମହା ଯଜ୍ଞର ଆଜି ପୂର୍ଣ୍ଣାହୁତି। ଏଥିପାଇଁ ଆଜି ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ […]

ଆଶିଷ ନାୟକ(ଆଳି): ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ମହିଳା ଫୁଟବଲ୍ ଖେଳର ଉନ୍ନତି ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଗ୍ରୁପ୍ ଅଫ୍ ଓମେନ୍ ଫୁଟବଲ ଭୁବନେଶ୍ଵର ତରଫରୁ ଏକ ଗ୍ରାସ ରୁଟ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା ସେଣ୍ଟରରୁ କିପରି ତୃଣମୂଳ ସ୍ତରରୁ ଆହୁରି ଅଧୁକ ମହିଳା ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ସେଥିଲାଗି ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଥିଲା । […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଗିରଫକଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି। ଗତକାଲି କଳ୍ପନାଙ୍କୁ ଜେରା ବେଳ ଜଣା ପଡିଥିଲା ଯେ, ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା […]

Pin It on Pinterest