ଭୁବନେଶ୍ୱର ୧୧।୦୪ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ଶ୍ରୀ ପ୍ରଧାନ ।ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ,ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ […]

ଅଭୟ ସାହୁ(ମାହାଙ୍ଗା):୧୧/୦୪-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁପ୍ତଗଙ୍ଗା ଜରୀଆ ନଦୀ କୂଳରେ ଅବସ୍ଥିତ ସିରିଡ଼ି ସାଈ ବାବା ମନ୍ଦିରର ମହାସମାରୋହରେ ଅନୁଷ୍ଠିତ ହୋଇଛି ବାର୍ଷିକ ଉତ୍ସବ । ଏହି ଉତ୍ସବରେ ବାବାଙ୍କ ଏହି ଉତ୍ସବରେ ବାବାଙ୍କ କରୁଣା ଲାଭ ପାଇଁ ହଜାର ହଜାର ସାଇପ୍ରେମୀ ଏକାଠି ହୋଇଥିଲେ । ପ୍ରତିବର୍ଷ “ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟ” ମାହାଙ୍ଗା ପକ୍ଷରୁ ତିନି ଦିନ ଧରି ଚାଲିଥିବା ଏହି ମାହୋତ୍ସବରେ,ପବିତ୍ର ଶ୍ରୀରାମ ନବମୀ […]

ଦୁଃଶାସନ ପୃଷ୍ଟି(ଢେଙ୍କାନାଳ):ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ଗତ ୩୦ ତାରିଖରେ ଜୀବନରେ ମାରିଦେବାର ଧମକ ସହ ୫ ରାଉଣ୍ଡ ଗୁଳିଚାଳନା ପରେ, ପୁଣି ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ବୋମା ମାଡ଼ର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି […]

ବବିତା ସାମଲ(ଭଦ୍ରକ): ୪/୧୦ -ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ।ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ରାମଜନ୍ମ ପର୍ବ । ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ମହା ଯଜ୍ଞର ଆଜି ପୂର୍ଣ୍ଣାହୁତି। ଏଥିପାଇଁ ଆଜି ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ […]

ଆଶିଷ ନାୟକ(ଆଳି): ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ମହିଳା ଫୁଟବଲ୍ ଖେଳର ଉନ୍ନତି ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଗ୍ରୁପ୍ ଅଫ୍ ଓମେନ୍ ଫୁଟବଲ ଭୁବନେଶ୍ଵର ତରଫରୁ ଏକ ଗ୍ରାସ ରୁଟ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା ସେଣ୍ଟରରୁ କିପରି ତୃଣମୂଳ ସ୍ତରରୁ ଆହୁରି ଅଧୁକ ମହିଳା ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ସେଥିଲାଗି ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଥିଲା । […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଗିରଫକଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି। ଗତକାଲି କଳ୍ପନାଙ୍କୁ ଜେରା ବେଳ ଜଣା ପଡିଥିଲା ଯେ, ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା […]

କଟକ:(ନି.ପ୍ର) ୦୯/୦୪-ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ୱ ରେ ଏକ 15ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଯେଉଁଥିରେ ବାଲେଶ୍ୱର ନୀଳଗିରି ର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକ ଙ୍କ ଉପରେ ନୀଳଗିରି IIC […]

ଭୁବନେଶ୍ୱର: ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି କି,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ […]

ଫୁଲବାଣୀ ୮/୪: ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମାଡ ମାରି,ମିଛ ମାମଲାରେ ନୀଳଗିରିର ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ଲେଡି ଆଇଆଇସି ବଦଳି ନୁହେଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଫୁଲବାଣୀ ପ୍ରେସକ୍କବ ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ […]

ମନୋଜ ମହାନ୍ତି(ଭୁବନେଶ୍ୱର)୦୮।୦୪ :ଭୁବନେଶ୍ୱର ଜୟଦେବ ବିହାରରେ ଓଲଟିଲା ମିନି ବସ୍‌। ଏହି ବସ ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି (ଶୁକ୍ରବାର) ସକାଳୁ ଶ୍ରମିକଙ୍କୁ ନେଇ ଏକ ମିନି ବସ ଯାଉଥିବା ସମୟରେ,ଜୟଦେବ ବିହାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ […]

Pin It on Pinterest