ବବିତା ସାମଲ(ଭଦ୍ରକ):୧୫/୧୨- ପଂଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରୁଛି ବିଜେଡି ।ବିଭିନ୍ନ ବ୍ଲକ ସ୍ତରରେ ଚାଲିଛି ମିଶ୍ରଣପର୍ବ ।ଏହି ପରିପେକ୍ଷୀରେ ଧାମନଗର ବ୍ଲକ ସାହାସପୁର ପଞ୍ଚାୟତର ଅନ୍ୟଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଙ୍ଗଠନ ବୃଦ୍ଧି ନିମନ୍ତେ ଧାମନଗର ବିଜେଡି ପକ୍ଷରୁ ବ୍ଳକର ବିଭିନ୍ନ ପଞ୍ଚାୟତର ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ କରାଯାଉଛି […]
ରାଜ୍ୟ
ଡ଼.ନବକିଶୋର ମିଶ୍ର,ଭାଗବତ ପୁର,କେନ୍ଦ୍ରାପଡା ବାସ୍ତବବ୍ୟୁରୋ:ଜ୍ୟୋତିଷ ଶାସ୍ତ୍ରରେ (ରବି)ସୂର୍ଯ୍ୟ ଭଗବାନ ଏକ ବିଶେଷ ସ୍ଥାନ ପାଇଛନ୍ତି | ରବିଙ୍କୁ ସମସ୍ତ ଗ୍ରହର ରାଜା କୁହାଯାଏ | ଜ୍ୟୋତିଷ ଶାସ୍ତ୍ରରେ ରବି ପ୍ରାଣ, ପିତା, ସମ୍ମାନ, ସଫଳତା, ପ୍ରଗତି ଏବଂ ସରକାରୀ ତଥା ଅଣ-ସରକାରୀ କ୍ଷେତ୍ରରେ ଉଚ୍ଚ ସେବା ପାଇଁ ଗ୍ରହ ବୋଲି ବିବେଚନା କରାଯାଏ | ଯେତେବେଳେ ରବି ଶୁଭଦୃଷ୍ଟି ଦିଅନ୍ତି,ବ୍ୟକ୍ତିର ଭାଗ୍ୟଦ୍ୱୟ ହୁଏ | ଡିସେମ୍ବର ୧୬,୨୦୨୧ ଅର୍ଥାତ୍ ଆସନ୍ତାକାଲି […]
ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୪।୧୨-ଡିସିପି ଅଫିସ ଭିତରକୁ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି । କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିବା ଅଭିଯୋଗରେ ଭୁବନେଶ୍ବର ଡିସିପି ଅଫିସ୍ ଆଗରେ ଗଣଧାରଣ ଦେଇଛି କଂଗ୍ରେସ । ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରତିବାଦ କରିଛି । ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]
ତ୍ରିନାଥ ବାରିକ(କଣାସ):କଣାସ ପଞ୍ଚାୟତ ସମିତି ସ୍ଥାନାନ୍ତର ପ୍ରସ୍ତାବ ବିପକ୍ଷରେ ଏକ ଗଣବିକ୍ଷୋଭ ସୋମବାର କଣାସ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଏକମାସ ତଳେ ପଞ୍ଚାୟତ ସମିତି ସ୍ଥାନାନ୍ତର ସମ୍ପର୍କରେ ପ୍ରସ୍ତାବ ଆଗତ ହେବାରୁ ତାକୁ ବିରୋଧ କରି ବିଜେପି , କଂଗ୍ରେସ , ସିପିଆଇ ( ଏମ୍ଏଲ୍ ) ଓ କଣାସ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଆସୁଥିଲା […]
ବବିତା ସାମଲ(ଭଦ୍ରକ):ଯୁବ କଂଗ୍ରେସ କାର୍ଯ୍ଯକର୍ତ୍ତାଙ୍କ ଉପରେ ପୋଲିସ ଜୁଲୁମ୍ ପ୍ରତିବାଦରେ ଏସପି ଅଫିସ ଆଗରେ ଧାରଣା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନେ । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଙ୍କ ନୈତୃତ୍ବରେ ଧାରଣା ରେ ଜିଲ୍ଲାର ବହୁ କଂଗ୍ରେସ କାର୍ଯ୍ଯକର୍ତ୍ତା ଙ୍କ ସାମିଲ ରହିଥିଲେ । ଏହି ଧାରଣା ମାଧ୍ୟମରେ କଂଗ୍ରେସ ଅଭିଯୋଗ କରିଛି ଯେ ଭୁବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟର ମମତା […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୭ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୫୩୬ ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ(ପୁରୀ):ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ,ଆଜି ପୁରୀ ଭାର୍ଗବୀ-ନୂଆନଈରୁ ମିଳିଥିଲା । ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଚିତ୍ତରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ।ଏତଲା ଆଧାରରେ ପୁଲିସ୍ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ (SIT) ଗଠନ କରାଯାଇଛି। ପରିବାର ଲୋକଙ୍କ ସନ୍ଦେହର କାରଣ,ଗତ ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କହିଛନ୍ତିକି, ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ । ଶ୍ରୀ ଦାସ କହିଛନ୍ତିକି,ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୭ ହଜାର ପଦ ପାଇଁ […]
ଦେବାଶିଷ ମିଶ୍ର(କଟକ):୧୩/୧୨-ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାନ୍ତା,ହେଲେ ଆଜି ମାନ୍ୟବର ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ସୂଚନାନୁଯାୟୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍ଲାମ୍ । ଏହି ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ରଗୁଡ଼ିକର ପୁନଃବିଚାର କରି ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ […]
ବାସ୍ତବବ୍ୟୁରୋ(ଗଂଜାମ):ବାତ୍ୟା ଜୱାଦ୍ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଜିଲ୍ଲାରେ ପହଂଚି,ବିଭିନ୍ନ ସ୍ଥାନରେହୋଇଥିବା ଫସଲ ନଷ୍ଟର ତର୍ଜମା କରିଛନ୍ତି । ଏହି କ୍ଷୟକ୍ଷତିର ଅନୁଧ୍ୟାନ ଟିମ୍ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ, ପରେ ଛତ୍ରପୁର ବ୍ଲକର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଓ ପରେ ଖଲ୍ଲିକୋଟ ବ୍ଲକ୍ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଟିମ୍ ରେ ସାମିଲ ଥିବା ଅଧିକାରୀ ମାନେ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ […]


