 ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ନିଆଳୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଆଳୀ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତିବାସ୍ତବବ୍ୟୁରୋ(ଭୁବନେଶ୍ୱର):ତା.୨୩/୦୪-ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ […]

ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୋଟ ଛଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । କ୍ୟାବିନେଟ୍ ବୈଠକରେ “ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬” ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଯାହା ଆଗାମୀ ଦଶନ୍ଧି ପାଇଁ ଓଡ଼ିଶାର ବିକାଶ ପଥ […]

 ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ ବାସ୍ତବବ୍ୟୁରୋ(ଭୁବନେଶ୍ୱର):ତା.୨୨/୦୪: ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ । ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ […]

ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସାହୁଙ୍କ ସମେତ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ,ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ଏବଂ ବ୍ଲକ ଅଧ୍ୟକ୍ଷା ରୀନା […]

ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ସାଂସ୍କୃତିକ ଅନୁଷ୍ଠାନ ମହନୀ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ମହନୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ୪ ବର୍ଷ ରୁ ୭ ବର୍ଷ ସବଜୁନିଅର,୮ ବର୍ଷ ରୁ ୧୩ ବର୍ଷ ଜୁନିଅର ଏବଂ ୧୪ ବର୍ଷ ରୁ ଉର୍ଦ୍ଧ୍ବ ସିନିଅର ତିନୋଟି ବିଭାଗ ରେ ସମ୍ବଲ ପୁରୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ […]

ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ଗତ ୨୦ତାରିଖ ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଟି ଏଲ ସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖ ୩କୋଟି ୬୫ଲକ୍ଷ ବ୍ୟୟରେ ୩ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ କୁ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି […]

 ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ ସଂଶୋଧିତ ୱାକଫ ଅଧିନିୟମ ବଳରେ ମୁସଲମାନ ସଂପ୍ରଦାୟର ଗରୀବ ଓ ମହିଳାମାନେ ଲାଭାନ୍ୱିତ ହେବେ ମୁସଲିମ୍ ସମ୍ପ୍ରଦାୟର ବହୁ କ୍ଷତି ହେବ ବୋଲି କଂଗ୍ରେସ ଦଳର ଅପପ୍ରଚାର, ସଂପୂର୍ଣ୍ଣ ଅମୁଳକ ଓ ବିଭ୍ରାନ୍ତକାରୀ କେନ୍ଦ୍ରଠାରୁ ରାଜ୍ୟ ଏବଂ ମଣ୍ଡଳସ୍ତର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯାଇ ସଂଶୋଧିତ ୱାକଫ୍ ବିଲ୍ ବିଷୟରେ […]

ବରଗଡ଼(ନବୀନ କୁମାର ଦାଶ): ଶନିବାର ଦିନ ସ୍ଥାନୀୟ ସବ ଜେଲରେ ଜେଲର ସଲମାନ୍ କୁଜୁର ଙ୍କ ଅଧ୍ୟକ୍ଷତାରେ ବରଗଡ ଇସ୍କନ୍ ତରଫରୁ ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ ସଂସ୍କାର ମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଥିଲା। ଏହି କାର୍ଯକ୍ରମ ରେ ଇସ୍କନ୍ ର ଅଧକ୍ଷ ପୂଜ୍ୟପାଦ ରସରାଜ ରାଧିକେଶ ଦାସ କୃଷ୍ଣ କଥା ପ୍ରବଚନ କରିଥିବା ବେଳେ ଶ୍ରୀ ଅଭିଜିତ କୃଷ୍ଣ ଦାସ ପରିଚାଳନା କରିଥିଲେ । ଏହା ସହିତ ପୂଜ୍ୟପାଦ […]

ବରଗଡ଼(ନବୀନ କୁମାର ଦାଶ): ସୁନ୍ଦରଗଡ଼ ର ବିକାଶ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାକୁ ନେଇ ମହାସଂଘ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେମହାସଂଘ ସଭାପତି ପ୍ର :ଟହଲୁ ସାହୁ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ତନୟା ମିଶ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀ ସୁରଞ୍ଜନ କୁମାର ସାହୁ, ବରିଷ୍ଠ ପ୍ରଶାସକ, ମହାସଚିବ ଶ୍ରୀ ନାରାୟଣ ନାୟକ, କୋଷାଧକ୍ଷ […]

ବାସ୍ତବ ବ୍ୟୁରୋ: ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆଗାମୀ ୬ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରି ପ୍ରେସରିଲିଜ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି […]

Pin It on Pinterest