ବାସ୍ତବବ୍ୟୁରୋ:ଆଜି ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ଏକ ହୋଟେଲରୁ,ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି, ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ୩ ଅଧୀକ୍ଷକ। ସିବିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ଜିଏସଟିରେ ଜାଲିଆତି ପାଇଁ ରାଜଧାନୀ ଭୁବନେଶ୍ବରର ଏକ ହୋଟେଲରେ ଲାଞ୍ଚ ଦିଆନିଆ ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି ସିବିଆଇ । କର ଠକେଇ ଲାଗି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଲାଞ୍ଚ […]
ରାଜ୍ୟ
ବାସ୍ତବବ୍ୟୁରୋ: ଆଜି ସକାଳେ କୋରାପୁଟ ଜିଲ୍ଲା ର ଜରଟି ମାଳିଗୁଡ଼ା ଷ୍ଟେସନ ମଧ୍ୟ ଦେଇ ଯାଇଥିବା ରେଳ ଲାଇନ୍ରେ ଏକ ମାଲବାହୀ ଟ୍ରେନ୍ ଧାରଣାଚ୍ୟୁତ ହୋଇଥିବାର ସୂଚନା ମିଳିଛି ।ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍ କେଭିଏଫ୍/୫୦ ମାଲ୍ ନେଇ କିରଣ୍ଡଲ୍ରୁ ବିଶାଖାପାଟଣା ଯାଉଥିବା ବେଳେ ସକାଳ ୪.୩୦ ମିନିଟ୍ରେ ମାଳିଗୁଡ଼ା ଟନେଲ୍ ମଧ୍ୟରେ ଧାରଣାଚ୍ୟୁତ ହୋଇଛି । ଏଥିଯୋଗୁ ଟ୍ରେନ୍ର ୧୩ଟି ଓ୍ଵାଗନ୍ ପ୍ରଭାବିତ ହୋଇଛି। ଏହି ଦୁର୍ଘଟଣାରେ […]
ବାସ୍ତବବ୍ୟୁରୋ: ଆସନ୍ତା ୨୯ ତାରିଖ ସୋମବାର ଦିନ ୧୦ଟାରେ , କେନ୍ଦ୍ର ସରକାରଙ୍କ କୃଷି ନିତୀକୁ ସମର୍ଥନ କରି ଓଡିଶା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲେଶ୍ବର କୁରୁଡ଼ାହାଟ ପଡ଼ିଆଠାରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ […]
ବାସ୍ତବବ୍ୟୁରୋ: ଆଜି ସୋମବାର ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ସିବିଆଇ ଅଫିସ୍ ଘେରାଉ କରିଥିଲା। ଏହି ଘେରାଉରେ କଂଗ୍ରେସର ବିଧାୟକ ଦଳର ନେତା ତଥା ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ସେ ଭାଷଣା ଦେଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ଥିବା ଅନ୍ୟ କଂଗ୍ରେସ କର୍ମୀମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି | ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ପରେ […]
ବାସ୍ତବବ୍ୟୁରୋ:କରୋନା ପାଇଁ ଦୀର୍ଘ ୯ ମାସ ଧରି ବନ୍ଦରହିଥିବା ଗଞ୍ଜାମ ଜିଲ୍ଲାର ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର , ଆସନ୍ତା ୩ ତାରିଖରୁ ଖୋଲିବ।ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି। ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତାକାଲି ବୈଠକ ହେବ । କରୋନା କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ। କରୋନା ମହାମାରୀ ସଂକ୍ରମଣ ଏବେ ବି କମି […]
ବାସ୍ତବବ୍ୟୁରୋ:ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ ମାଧ୍ୟମରେ ଜଣାଇଛନ୍ତିକି, ରାଜ୍ୟରୁ ନୂଆ କରୋନା ଆକ୍ରାନ୍ତ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ,ଗତ ୨୪ ଘଣ୍ଟା ରେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୬ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୯୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ମାନେ ହେଲେ ବାଲେଶ୍ବରରୁ ୧୦ଜଣ, ଭଦ୍ରକରୁ ୩ଜଣ, ଅନୁଗୁଳରୁ ୩୬ଜଣ,ବରଗଡ଼ରୁ ୨ଜଣ,ବଲାଙ୍ଗୀରରୁ ୧୦ଜଣ, […]
ବାସ୍ତବବ୍ୟୁରୋ: କୋଈ ମାଇକା ଲାଲ’ କିଶାନୋ ସେ ଉଁନକି ଜମିନ ଛୀନ ନେହିଁ ଶକ୍ତି,ଏ କଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ |ନୂଆଦିଲ୍ଲୀ ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରଦ୍ଦ କରିବାକୁ ଏହି ସରକାରଙ୍କ ଉଦ୍ଦେଶ୍ୟ କେବେ ନୁହେଁ କିମ୍ବା ହେବ ନାହିଁ। ବଜାର ବ୍ୟବସ୍ଥା ମଧ୍ୟ ରକ୍ଷଣାବେକ୍ଷଣ କରାଯିବ […]
ବାସ୍ତବବ୍ୟୁରୋ:(କୋଲକାତା) କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରବିବାର ଦିନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଗତ କିଛି ଦିନ ହେବ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ରାଜ ଭବନ ସୂତ୍ରରୁ ପ୍ରକାଶ ଯେ ଏହା ଏକ ‘ସୌଜନ୍ୟତା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୭୩୮ରେ ପହଞ୍ଚିଛି । ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୬୪ ଛୁଇଁଲା ମୃତକଙ୍କ ସଂଖ୍ୟା । କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ।ସିବିଆଇ ଅଫିସ ସମ୍ମୁଖରେ ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ସେଠାରୁ ତାଙ୍କୁ ନେଇ […]
ବାସ୍ତବବ୍ୟୁରୋ:କଂଗ୍ରେସର ୧୩୬ ତମ ଫାଉଣ୍ଡେସନ ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ |କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିଦେଶ ଗସ୍ତରେ ଯାଇଛନ୍ତି । ଦଳ ଏହି ସୂଚନା ଦେଇଛି। ତେବେ ରାହୁଲ ଗାନ୍ଧୀ କେଉଁଆଡେ ଯାଇଛନ୍ତି ବୋଲି କଂଗ୍ରେସ ପ୍ରକାଶ କରି ନାହିଁ। କିନ୍ତୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ସେ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି। […]


