କଟକ(ସଂଜୟ ଶତପଥୀ): ଚାଷୀଙ୍କ ହୋସ୍ ଉଡାଇଛି ଲଘୁଚାପଜନିତବର୍ଷା।କଟକ ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ […]
ରାଜ୍ୟ
ବାସ୍ତବ ବ୍ୟୁରୋ: ବାତ୍ୟା ‘ଫେଙ୍ଗଲ’ ପ୍ରଭାବରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ହେଉଛି। ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ୍, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ୍ ସମେତ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଆସନ୍ତାକାଲି କାଲି ତାମିଲନାଡୁ-ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ୍ କରିବ ‘ଫେଙ୍ଗଲ’। ଏହା ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ବାତ୍ୟା ‘ଫେଙ୍ଗଲ’ ପ୍ରଭାବ ଓଡ଼ିଶା ଉପରେ ବିଶେଷ […]
ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । […]
ଜୟନ୍ତ ଶତପଥୀ(କେନ୍ଦ୍ରାପଡା):୨୮/୧୧/୨୦୨୪- କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା ଦାବି ନେଇ ସର୍ବଭାରତୀୟ ଡ଼ାକରାରେ ମଙ୍ଗଳବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଫସଲ ପାଇଁ ଆଇନଗତ ଭାବେ ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର […]
ବାସ୍ତବ ବ୍ୟୁରୋ: ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ […]
ବାସ୍ତବ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ହେବାକୁ ଥିବାହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଓଡ଼ିଶା ଆସିବେ । ସେ ୩୦ ଓ […]
ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, “ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା […]
ବାସ୍ତବ ବ୍ୟୁରୋ: ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର କୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତର ରାଷ୍ଟ୍ରପତି ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର […]
ସଂଜୟ ଶତପଥୀ(କଟକ): ବହୁ ଦିନର ପ୍ରତିକ୍ଷା ର ଅନ୍ତ ଘଟିବା ସହ ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର କର୍ମକର୍ତ୍ତା ନିର୍ବାଚନ-୨୦୨୪ ଅନୁଷ୍ଠିତ ହୋଇଛି। ଆଜି କଟକ ର ଓଡ଼ିଶା ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ଗତକାଲି ଶାନ୍ତି ଶୃଙ୍ଖଳା ର ସହ ଏହି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ଭୋଟବାକ୍ସକୁ ବାଟାଲିୟନ ପରିସରରେ କଡା […]
ସଂଜୟଶତପଥୀ(କଟକ): ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ ଦୀର୍ଘଦିନ ଧରି ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ନିମୋନିଆ, କିଡ୍ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ଆପ୍ରାଣ […]


