ବରଗଡ଼-୨୭/୦୪/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଗୋଟେ ପଟେ ରାଇସ ମିଲ ରୁ ବାହାରୁ ଥିବା ପାଉଁଶ(ରାଖଡ)ଗୁଣ୍ଡ ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଭାଗୀୟ ଙ୍କ ଆଖି ବୁଜା ନୀତି ଓ ନିଷ୍କ୍ରିୟତା ଯୋଗୁଁ କିଛି ଅସାଧୁ ରାଇସ ମିଲର ଏଣେତେଣେ ପାଉଁଶ ପକେଇ ଦେବା ସହ ନିକଟରେ ଥିବା ଲୋକଙ୍କ ବ୍ୟବହାର୍ଯ୍ୟ କେନାଲ ଓ ପୋଖରୀ କୁ ରାଇସ ମିଲ ରୁ ନିର୍ଗତ ନର୍ଦ୍ଧମା ପାଣି […]
ରାଜ୍ୟ
ବାସ୍ତବ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆହୁରି ୫ ଦିନ ଯାଏ ଏମିତି ଜଳିବ ସାରା ଓଡ଼ିଶା । ମଝିରେ ମଝିରେ କାଳବୈଶାଖୀ ଆଶ୍ବସ୍ତି ଆଣିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୋନପୁର, ବରଗଡ଼, […]
କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ।ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବଢ଼ିଲା।SI, ASIଙ୍କ ପୋଷାକ ଭତ୍ତା ୪୨୦୦ରୁ ୮୪୦୦ ଟଙ୍କା ହେଲା ।ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାରକୁ ବୃଦ୍ଧି।ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧୮୦୦କୁ ବୃଦ୍ଧି।କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବୃଦ୍ଧି।ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର […]
ବାସ୍ତବ ବ୍ୟୁରୋ: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ । ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ […]
ବରଗଡ଼:-୨୪/୦୪(ନବୀନ କୁମାର ଦାଶ):ବର୍ତମାନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ବେଳେ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା ବ୍ୟାହତ ହେଉ ଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ବରଗଡ ଜିଲ୍ଲାରେ ଟାଟା ପାୱାର ମେନଣ୍ଟେନେନ୍ସ ନାଁ ରେ ବାରମ୍ବାର ଅଘୋଷିତ ବିଜୁଳି କାଟ କରୁଥିବା ଏକ ନିତିଦିନିଆ ବ୍ୟାପାର ପାଲଟି ଯାଇଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି।ଟାଟା ପାୱାର […]
ବରଗଡ଼:-୨୪/୦୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲାରୁ ଆଗାମୀ ରବି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଏବଂ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ,ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ,ଲାଇଟ,ପାଇଖାନା, ସିସିଟିଭି ଏବଂ […]
ବରଗଡ଼:-୨୩.୪(ନବୀନ କୁମାର ଦାଶ):କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାଣ ହରାଇ ଥିବା ୨୭ ଜଣ ଦିବଂଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ । ବରଗଡ଼ ସରକାରୀ ବସ ଷ୍ଟାଣ୍ଡ ରେ କ୍ୟାଣ୍ଡେଲ ଜଳାଇ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନାଗରିକ ମଞ୍ଚ ର ସଦସ୍ୟ ମାନେ। ଏପରି କାପୁରୁଷ ଓ ଭୀରୁ […]
ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ନିଆଳୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଆଳୀ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତିବାସ୍ତବବ୍ୟୁରୋ(ଭୁବନେଶ୍ୱର):ତା.୨୩/୦୪-ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ […]
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୋଟ ଛଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । କ୍ୟାବିନେଟ୍ ବୈଠକରେ “ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬” ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଯାହା ଆଗାମୀ ଦଶନ୍ଧି ପାଇଁ ଓଡ଼ିଶାର ବିକାଶ ପଥ […]
ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ ବାସ୍ତବବ୍ୟୁରୋ(ଭୁବନେଶ୍ୱର):ତା.୨୨/୦୪: ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ । ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ […]


