ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି । ଗଜପତି ଏହି ଚିଠି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଲେଖିଛନ୍ତି । ନିଜ ଚିଠିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ସ୍ଥଗିତ ରଖିବା ନେଇ ସୁପ୍ରିିମ୍ କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାର […]
ରାଜ୍ୟ
ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ନଜ଼ରରେ ରଖି, ସେମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ସହ ଗ୍ରାମୀଣ ବିକାଶର ସମ୍ଭାବନାକୁ ସୃଷ୍ଟି କରିବା ଲକ୍ଷରେ ଶୁଭାରମ୍ଭ କରିଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ବିହାର ର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ୫୦ ହଜାର କୋଟି ଟଙ୍କାର ଯୋଜାନାର […]
୧-ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି । ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି । ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୨-ମହାନଦୀରେ ବିଷାକ୍ତ ଫୁକା ମାଛ । ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ […]
ବାସ୍ତବ ବ୍ୟୁରୋ: ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ…ଗଡ଼ିବ କି ମହାପ୍ରଭୁଙ୍କ ରଥ ? ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇ କହିଛନ୍ତି କି,ସଂଧ୍ୟା ୬ଟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ । ସଂଧ୍ୟାରେ […]
ବାସ୍ତବ ବ୍ୟୁରୋ-ଆଜି ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି ରାଜ୍ୟସରକାରଙ୍କର କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଛନ୍ତି । ଏ ନେଇ ସଚିବ କହିଛନ୍ତି ଯେ, ପଙ୍ଗପାଳ ଦଳ ନୂଆ କି ପୁରୁଣା ସେ ନେଇ ଗବେଷଣା କରାଯାଉଛି ।ଛତିଶଗଡ଼କୁ ଲାଗିକି ଥିବା ଜିଲ୍ଲାମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ପ୍ରତିଦିନ […]
୧-ଆଜି ରାଜ୍ୟରେ ୧୭ଟି ଜିଲ୍ଲାରୁ ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭କୁ ବୃଦ୍ଧି । ୩,୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨-୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା । ୩-୨୧ରେ ବଳୟ ସୂର୍ଯ୍ୟ ପରାଗ, ଓଡ଼ିଶାରେ ଦୃଶ୍ୟ […]
ବାସ୍ତବ ବ୍ୟୁରୋ-ଆଜି ସଂଧ୍ୟାରେ ଭିଡ଼ିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ସମ୍ପର୍କରେ ବୈଠକରେ ଆଲୋଚନା ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ; ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡ଼ଭୋକେଟ୍ ଜେନେରାଲ ଅଶୋକ […]
ବାସ୍ତବ ବ୍ୟୁରୋ-ଚଳିତ ବର୍ଷ ବଡ଼ଦାଣ୍ଡେ ଗଡିବନି ରଥ । ମହାମାରୀ କରୋନା କାରଣରୁ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ରଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି […]
୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୩,୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୦୧ ରହିଛି । ୧୧ ଜଣ […]
ବାସ୍ତବ ବ୍ୟୁରୋ-୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିବାରୁ, କେନ୍ଦ୍ର ସରକାର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । […]


