ସଂଜୟ ଶତପଥୀ(କଟକ): ଶ୍ରମିକର କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବି ଜିଲ୍ଲା ଶ୍ରମ ଅଧିରୀଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା ।ସମ୍ମାନ ଓ ଆନୁଗତ୍ୟର ସହିତ ସହୃଦୟ ସହଯୋଗ ଓ ଆଶୁ ପଦକ୍ଷେପ କାମନା କରି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଆଜି କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଟକ ସଦର ଥାନା ଅନ୍ତର୍ଗତ […]
ରାଜ୍ୟ
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ […]
ବରଗଡ:-୧୧.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ ଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଏକ କଣ୍ଟେନର୍ ରାଜପଥ ଉପରେ ଅତି ତଳିଆ ହୋଇ ଝୁଲିରହି ବିପଦ କୁ ଆମନ୍ତ୍ରଣ କରୁଥିବା ୧୧କେଭି ମୁକୁଳା ତାର ଲାଗି କଣ୍ଟେନର୍ ଗାଡ଼ି ଟାୟାର ଜଳି ଉଠିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ।ଏନେଇ ନିକଟରେ ରହିଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ […]
ବାସ୍ତବ ବ୍ୟୁରୋ: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ଏକ ନୂଆ ପୃଷ୍ଠା । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ । ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା […]
ବାସ୍ତବ ବ୍ୟୁରୋ: କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେବଳ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି […]
ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ବପୁରାତନ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ” ଠାରେ ସାଂସ୍କୃତିକ ଅନୁଷ୍ଠାନ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଆୟୋଜନ କରାଯାଇଛି ତ୍ରୀଦିବସୀୟ ରଙ୍ଗ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ସୁନାମଧନ୍ୟ ଅନୁଷ୍ଠାନ ଭାଗ ନେଇଥୂବା ବେଳେ ଓଡ଼ିଶୀ ନୃତ୍ୟ, ଡ୍ରାମା ସହିତ ଓଡ଼ିଶା ର କଳାସଂସ୍କୃତି ର ପ୍ରତିଯୋଗିତା ର ଆୟୋଜନ କରାଯାଇଛି। ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସର ସନ୍ଧ୍ୟାରେ ଓଡ଼ିଶାର […]
ବାସ୍ତବ ବ୍ୟୁରୋ: ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ନିଷ୍ପତ୍ତି କ୍ରମେ ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI)।RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି। ଏହି ନିଷ୍ପତି ଫଳରେ ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ […]
ବାସ୍ତବ ବ୍ୟୁରୋ: ବିଜେଡିର ଶୋଚନୀୟ ପରାଜୟ ହେବା ପରେ ଆଜି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ […]
ବାସ୍ତବ ବ୍ୟୁରୋ: ଓଡ଼ିଶାରେ ବିଜେଡି ର ଦୀର୍ଘ ୨୪ ବର୍ଷ ଶାସନ ର ଅବସାନ ଘଟିଛି । ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ଏହା ସହ ଏବେ ବିରାମ ଲାଗିଛି ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଲଗାତାର ୫ ଥର […]
ପ୍ରମୋଦ ନାୟକ(ଭୁବନେଶ୍ବର):ଆଜି ଠିକ୍ ସକାଳ ୮ଟାରୁ ଆରମ୍ଭ ହେବି ନିର୍ବାଚନ ଫଳାଫଳର ଗଣତି। ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପୁଲିସ ଅନୁମତି ବିନା ହେବ ନାହିଁ । ସେହିପରି ଡିଜି ଅରୁଣ ଷଡ଼ଙ୍ଗା କହିଛନ୍ତି ଯେ ଏଥର ମାଓ ହିଂସା ବିନା ନିର୍ବାଚନ କରାଯାଇପାରିଛି । ପ୍ରତି ଥର ନିର୍ବାଚନ ବେଳେ […]


