ଫାଷ୍ଟଫୂଡ଼ ନୀତିଦିନ ଜୀବନଶୈଳୀ ର ଗୋଟେ ଅଂଶ ହେଇଯାଇଛି । ଏହା ପାଟି କୁ ସ୍ୱାଦିଷ୍ଠ ହେଲେ ବି ଦେହ ପାଇଁ ବହୁତ ଖେତିକାରକ ହୋଇଥାଇ । ଫାଷ୍ଟଫୂଡ଼ ଖାଇବା ଯୋଗୁଁ ମେଦ ବୃଦ୍ଧି ହୋଇଥାଏ । ସେଥିପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ। ଏହି ସବୁଜ ପନିପରିବା ଔଷଧ ଠାରୁ ବି ଅଧିକ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଜହ୍ନି ଶରୀର ପାଇଁ ଖୁବ୍ ଉପକାରୀ। ଏଥିରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଛି। ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍ ରୋଗରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡ୍ନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନ ଦୂର କରେ। ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥାଏ। ଯାହା ଆଖିର ଦୃଷ୍ଟିଶକ୍ତି ବଢାଏ। ବିଭିନ୍ନ ଚର୍ମ ସଂକ୍ରମଣ ରୋଗରୁ ଜହ୍ନି ଦୂରେଇ ରଖେ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ।
Next Post
ପୂର୍ବତଟ ରେଳବାଇ କର୍ମଚାରୀଙ୍କ ସତ୍ୟନିଷ୍ଠା ପାଇଁ ଶପଥ
Mon Oct 28 , 2019
ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ I ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୧୯ ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ I ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ […]

You May Like
-
6 years ago
୪୮ ଘଣ୍ଟା ପାଇଁ କଟକ,ଭୁବନେଶ୍ୱର ଓ ଭଦ୍ରକ ସଟଡାଉନ୍
-
6 years ago
ଜୀବନ୍ତ ଜଳିଗଲେ ଶିକ୍ଷୟତ୍ରୀ, ହୃଦୟବିଦାରକ ଦୁର୍ଘଟଣା….
-
6 years ago
ଆଜିର ଖାସ୍ ଖବର
-
4 years ago
ଭାରତୀୟ ମୂଳ ନିଲ୍ ମୋହନ ୟୁଟ୍ୟୁବ ର ନୂଆ ସିଇଓ…


